STORYMIRROR

pranati Mahapatra

Abstract

3  

pranati Mahapatra

Abstract

ଷଢରିପୁ ତେଜ

ଷଢରିପୁ ତେଜ

1 min
299

ହେ ନୀଚ୍ଚ ମାନବ ହୁଅ ସାବଧାନ

କରନାହିଁ ମହାମାରୀ ଉତ୍ପାଦନ,

ଦେଖି ପାରୁନ କି ଶୁଣି ପାରୁନାହଁ

ପିତାମାତା ପୁତ୍ରକନ୍ୟା ରୋଦନ

ଶକ୍ତିଶାଳୀ ହୁଅ ସୁଜ୍ଞାନ ବଳରେ

ଅବା ଧନରେ ହୁଅ ତୁମେ ଧନୀ,

ହିଂସା ଦ୍ଵେଷ ଭଳି ଷଢରିପୁ ବହି

ନିଜକୁ କାହିଁକି ବୋଲାଅ ଜ୍ଞାନୀ

ଯେତେ ବଡ଼ ବଡ଼ ଜୀବାଣୁ ଉତ୍ପନ୍ନ

ହେଉଛି ପରା ଏ ଜଗତରେ,

ସବୁ ଉତ୍ପତ୍ତିର ତୁମେ ସୃଷ୍ଟିକର୍ତ୍ତା

କି ଲାଭ ପାଉଛ ଦୁଃଖ ଦେଇରେ

ରାକ୍ଷସ ପରିକା ସାପ ବେଙ୍ଗ ଝିଟିପିଟି କୁ

କରୁଛ ଜୀବନ୍ତ ଭକ୍ଷଣ,

ଦଗ୍ଧ କରି କେଉଁ ପଶୁକୁ ଖାଉଛ

ଦେଖାଅ ଆମକୁ ପାରିଲା ପଣ

ଦୟା କ୍ଷମା ସ୍ନେହ ମମତା ଭୂଷଣ

ଥରେ ଅନ୍ତରେ ତୁମେ ଧର,

ସାକାହାରୀ ଭୋଜନରେ ତୃପ୍ତ ହୋଇ

ବିଭୁପାଦେ ସମର୍ପଣ ତ କର

ଦେଖିବ ଏ ଧରା ଜୀବଜନ୍ତୁ ସାଥେ

ବୃକ୍ଷ ଲତା ତୁମକୁ କରିବେ ନିଜର,

ଶାନ୍ତିର ମରୁତ ସବୁଠି ବହିବ

ଜଗତରେ ଶୁଭିବନି ହାହାକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract