ସର୍ତ୍ତହୀନ ଦାନ ଦିଅନ୍ତି ଈଶ୍ୱର
ସର୍ତ୍ତହୀନ ଦାନ ଦିଅନ୍ତି ଈଶ୍ୱର


ଶବ୍ଦରୁ ସୃଜନ-21. ସର୍ତ୍ତ :
ସର୍ତ୍ତହୀନ ଦାନ ଈଶ୍ୱର ଦିଅନ୍ତି, ପିତା-ମାତା ସର୍ତ୍ତହୀନ,
ସର୍ତ୍ତହୀନ ଥିଲେ ଭଲ ପାଇବାରେ ତାହା ହିଁ ପ୍ରକୃତ ପ୍ରେମ |
ସର୍ତ୍ତ ରହିଥାଏ ବେପାର ଲାଭରେ କପଟରେ ସର୍ତ୍ତ ଥାଏ,
ସର୍ତ୍ତ ଭାଙ୍ଗିଗଲେ ସ୍ନେହ-ପ୍ରୀତିଭାବ ସବୁଦିନ ପାଇଁ ଯାଏ |
ନିସର୍ତ୍ତ ଦାନରେ ପୁଣ୍ୟ ମିଳିଥାଏ ନିସର୍ତ୍ତ ପ୍ରକୃତି ରାଣୀ,
ବୃକ୍ଷଟି ନିସର୍ତ୍ତ ଫୁଲ ଫଳ ଦିଏ, ଗାଈ ବି ନିସର୍ତ୍ତ ପ୍ରାଣୀ |
କୋଟି କୋଟି ପ୍ରାଣୀ ନିସର୍ତ୍ତ ପ୍ରେମରେ ବିପଦେ ହୁଅନ୍ତି ଠିଆ,
କୀଟ ପତଙ୍ଗଠୁଁ ପଶୁ-ପକ୍ଷୀମାନେ ନିସର୍ତ୍ତେ ପାଳନ୍ତି ଛୁଆ |
ପ୍ରେମ ପରିଭାଷା ବୁଝନ୍ତି ସେମାନେ ଦେବାରେ ଥାଏ ଆନନ୍ଦ,
ଜାଣନ୍ତିନି ସିଏ ଅସୂୟା କପଟ ଭାବନ୍ତିନି ପରମନ୍ଦ |
ନିଜ ଶରୀରର ଵଳ ପରାକ୍ରମ ଉପରେ ଭରସା ରଖି,
ସାଥୀ ମିଳିଗଲେ ପେଟ ପୁରିଗଲେ ସେମାନେ ଥାଆନ୍ତି ସୁଖୀ |
ସେମାନେ ଜାଣନ୍ତି ଦେଇଛି ଯେ ଜନ୍ମ ସିଏ ସୁଖ-ଦୁଃଖ ଦେବେ,
ଲୋଭ ମୋହ ମାୟା କି'ହେବ ଆମର ବୁଦ୍ଧିରୂପେ ହରିଥିବେ |
ମଣିଷ କେବଳ ସର୍ତ୍ତ ରଖିଥାଏ ପାଇବ ଅଧିକ କିଛି,
ଦେବିନି କାହାକୁ ନେଉଥିବି ଖାଲି ଭଲ-ବଡ଼-ବେଶି ବାଛି |