STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ସର୍ତ୍ତ

ସର୍ତ୍ତ

1 min
20

ସର୍ତ୍ତ ଥିଲା ଭେଟ ହେବା

ନଦୀକୂଳ କଦମ୍ବ ମୂଳରେ,

ଖେଳୁଥିଲେ ପିଲାବେଳେ

ଯାହାରି ଡାଳରେ।।

ଗଲୁ ତୁହିଁ ଗ୍ରାମ ଛାଡି

ସର୍ତ୍ତ ଗଲୁ ଭୁଲି,

ଚାହିଁ ରହିଛି ତୋ ପଥ

ନୟନ ମୋ ଖୋଲି।।

ସର୍ତ୍ତ କରି ଦେଶ ଦେଶ 

ମଧ୍ୟରେ ମିତ୍ରତା,

ସାହାର୍ଯ୍ୟର ହାତ ବଢେ

ଚିନ୍ତି ସର୍ତ୍ତ କଥା।।

ତଥାପି ଅନେକ ଆଶା

ମୋର ହୃଦୟରେ,

ସର୍ତ୍ତ ରକ୍ଷା କରି ଦିନେ

ଆସିବୁ ମୋ ପୁରେ।।

ମନ ମୋ ଆନନ୍ଦ ରାଜ୍ୟେ

ଭ୍ରମଣ କରିବ,

ସବୁ କିଛି ଛାଡି ତୁମ

 ପାଶେ ପାଶେ ଥିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract