ସୃଷ୍ଟିରେ ନାରୀ
ସୃଷ୍ଟିରେ ନାରୀ
ସାଇତି ରଖିଛି ପୀଡାକୁ ଆତ୍ମାରେ
ସମାଜର ମିଛ ଆଶ୍ୱାସନା ଭିତରେ
ରକ୍ତ ରଞ୍ଜିତ ଏ ଦେହ ମନ ନୀତି
ସବୁକୁ ଭୁଲାଏ ସେ ନିଜର ଛାତିରେ ,
ଛଳ ଛଳ ପ୍ରେମ ,ନିରୁତା ଆବେଗ
ଆଉ କା ପାଇଁ କରେ ନିଜ ସ୍ବପ୍ନ ଭଙ୍ଗ
ତଥାପି କାହିଁକି କେଜାଣି ସତରେ
ନାରୀ ଜୀବନେ ଭରା ବିଷାଦର ଯୋଗ ,
ଜନମ ମରଣର ଚଲା ପଥରେ
ଜୀବନ କୁ ଜିଏଁ ସେ କେତେଯେ ବିନ୍ଦୁରେ
ସକଳ ସ୍ବାର୍ଥ ତ୍ଯାଗି ବାନ୍ଧେ ସଂପର୍କ
ଟିକେ ଆଲୋକ ପାଇଁ ଅନ୍ଧାର ଭିତରେ ,
ତା ମୁହଁରେ ଖେଳେ ମୁକ୍ତାର ଚମକ
ତା ଓଠେ ଭରି ଦେଲେ ଚିରୁଳାଏ ହସ ,
ହଳେ ପାଉଁଜି ରେ ଖୁସି ହୋଇ ଯାଏ
ସତେ କି ମିଳିଛି ତାକୁ ସାରା ଆକାଶ ,
ପିଲା ତା ନିଦରେ ଶୋଇଥାଏ ଯେବେ
ଚେଇଁ ରହେ ସାରା ରାତି ସେ ନୀରବରେ,
ସେଇ ପିଲା ଛାଡେ ତାକୁ ବୃଦ୍ଧାଶ୍ରମେ
କି ଅନ୍ୟାୟ ନିୟତିର ମା' ଟି ସାଥିରେ ..... !
