STORYMIRROR

Pranati Mahapatra

Inspirational Others

3  

Pranati Mahapatra

Inspirational Others

ସୃଷ୍ଟିର ଶ୍ରେଷ୍ଠ ସମ୍ପଦ ମଣିଷ

ସୃଷ୍ଟିର ଶ୍ରେଷ୍ଠ ସମ୍ପଦ ମଣିଷ

1 min
166

ସୃଷ୍ଟି ପ୍ରାରମ୍ଭରୁ ଜୀବଜଗତରେ

ମନୁଷ୍ୟ ଶ୍ରେଷ୍ଠ ଜୀବ,

ସମୟ ସାଥିରେ ତାଳଦେଇ ସିଏ

କରୁଛି ସବୁ ସମ୍ଭବ।

ଆରମ୍ଭରେ ଆଦିମ ଅଧିବାସୀ ସେ

ଖାଏ କଞ୍ଚା ମାଂସ ଫଳ,

ନିଆଁ ଉଦ୍ଭାବନ ତାର ଦାନ ଅଟେ

ପିନ୍ଧେ ଗଛ ବଳ୍କଳ।

 କ୍ରମବିକାଶ ରେ ମଣିଷ ଅସାଧ୍ୟ

ସାଧନ କଲା,

ନୌବାଣିଜ୍ୟରେ ନୌକା ଗାଡି

ଚାଳନା କଲା।

ପାଠଶାଠ ପଢି ବିଭିନ୍ନ କଥାର

ଆବିଷ୍କାର ଉଦ୍ଭାବନେ,

ଗ୍ରହ ନକ୍ଷତ୍ରର ଗଣନା ତାହାର

ହସ୍ତ ନଖ ମୁନେ।

ଚନ୍ଦ୍ର, ମଙ୍ଗଳରେ ବାସ କରିବା

ଏବେ ତା ଅଭିଳାଷ,

ସମୁଦ୍ର ଗର୍ଭର କୂଟୀରେ ସେ

କରିବରେ ବାସ।

ବୁଦ୍ଧି ଜ୍ଞାନ ବଳେ ଜିଣଇ 

ମଣିଷ ତ୍ରିଭୁବନ,

ଅଲଗା ଗ୍ରହରେ ଅଲଗା ଜୀବର

 ପାଇଛି ତ ସନ୍ଧାନ।

ଆଲିଏନ ନାମ ତାହାର ଦେଇଛି

ଏ ମଣିଷ,

ଅଦ୍ଭୁତ ପରାଏ ଜୀବ ସେ କାଳେ

ସେ ସୃଷ୍ଟି କରିବ ନାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational