STORYMIRROR

Niranjan Mishra

Classics

4  

Niranjan Mishra

Classics

ସୃଷ୍ଟି ରହସ୍ୟ

ସୃଷ୍ଟି ରହସ୍ୟ

1 min
342


କି ଆନନ୍ଦମୟ ଲାଗେ ଏଇ ଧରା

କିଏ ଗଢିଛି ଏହାକୁ ?

କିଏ ସେ କହିବ ସୃଷ୍ଟି ର ରହସ୍ଯ

ଜାଣିଅଛି ଏ କଥାକୁ ।୧।

ଗଢାହେଲା ସୃଷ୍ଟି ଭରି ରହିଥିଲା

ଚଉଦିଗେ ଖାଲି ଜଳ ।

କୋଟି କୋଟି ବର୍ଷ ବିତିଲା ଉତାରୁ

ଭାସିଲା ଅଣ୍ଡ କେବଳ ।୨।

ଅଣ୍ଡ ରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ବିଷ୍ଣୁ

ଅନନ୍ତ ଶୟନେ ଥିଲେ ।

ନାଭି ରୁ ତାଙ୍କର ଉପୁଜିଲା ପଦ୍ମ

ବ୍ରହ୍ମା ଜନମ ହୋଇଲେ ।୩।

ଏଣେ ତେଣେ ଚାହିଁ ଜଳାର୍ଣ୍ଣବ ଦେଖି

ଚତୁର୍ମୁଖ ବିଚାରିଲେ ।

କିଏ ମୁଁ କେଉଁଠୁ ଆସିଲି ରହସ୍ଯ

କିଛି ବୁଝି ନପାରିଲେ ।୪।

ପଦ୍ମଯୋନୀ ପଶି ପଦ୍ମନାଳେ ଭ୍ରମି

ସହସ୍ର ସହସ୍ର ବର୍ଷ ।

କିଛି ନ ଦେଖିଲେ ଲେଉଟି ଅଇଲେ

ବୁଝି ନପାରି ରହସ୍ଯ ।୫।

ଓଁକାର ଶବଦ ଶୁଣି ତପ କଲେ

କେତେ ସହସ୍ର ବରଷ ।

ଦରଶନ ଦେଲେ ବିଷ୍ଣୁ ଯେତେବେଳେ

ଫିଟିଲା ସୃଷ୍ଟି ରହସ୍ଯ ।୬।

ସୃଷ୍ଟି ସରଜନା ପାଇଁ ସୃଷ୍ଟି ବ୍ରହ୍ମା

ବିଷ୍ଣୁଙ୍କ ଶରୀରୁ ହେଲେ ।

ନିଜ ତପ ବଳେ ଦିବ୍ଯ ଜ୍ଞାନ ଲଭି

ସୃଷ୍ଟି ସରଜନା କଲେ ।୭।


Rate this content
Log in

Similar oriya poem from Classics