Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Abstract

1  

Disambar Meher

Abstract

ସ୍ରଷ୍ଟା ର ସୃଷ୍ଟି

ସ୍ରଷ୍ଟା ର ସୃଷ୍ଟି

1 min
198



ବିଚିତ୍ର ଏ ସଂସାରର ସୃଷ୍ଟି

      ପ୍ରାକୃତିକ କୃତ୍ରିମ ର ଗନ୍ତାଘର

ସବୁଜ ବନାନି କଥାକହେ ଏଠି 

       ପଥରରୁ ଗାଏ ନିର୍ଝର ।

ପ୍ରତିକ୍ଷଣେ ହୁଏ ପରିବର୍ତ୍ତନ

       ସକାଳେ ସୂର୍ଯ୍ୟ ରାତ୍ରିରେ ଜହ୍ନ 

ଧନ୍ୟ ସେ ସୃଷ୍ଟି କର୍ତ୍ତା

       କେଉଁ ବିନ୍ଧାଣିର ଏ ଗଠନ ।

ପବନରେ ରହିଛି କି ଶକ୍ତି

        ଚଲାଏ ଏଇ ଜୀବନ ନୈକା 

ଅମୃତ ରୂପକ ଜଳବିନ୍ଦୁ 

        ଜୀବନକୁ କରେ ରକ୍ଷା ।

ଇଚ୍ଛା ହୁଏ ପକ୍ଷୀ ପରି 

      ଉଡି ବୁଲନ୍ତି ଏ ପ୍ରାନ୍ତରୁ ସେ ପ୍ରାନ୍ତ

ଦେଖନ୍ତି ସ୍ରଷ୍ଟା ର ଅଭୂତ ସୃଷ୍ଟି 

          ଏ ବିଶ୍ଵ ଭୁବନ ଅନନ୍ତ ।

ପ୍ରକୃତି ଏଠି ଦେବ ସଦୃଶ୍ୟ

     ବିସ୍ମୟ ଲାଗେ ସୃଷ୍ଟିର ରହସ୍ୟ 

ମାଟି ତଳେ ଜଳ ଉପରେ ଆକାଶ

    ଧନ୍ୟ ସେ ସ୍ରଷ୍ଟା ,ପାଦତଳେ କୋଟି ନମସ୍ୟ ।


Rate this content
Log in

Similar oriya poem from Abstract