STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ସ୍ରଷ୍ଟା ଙ୍କ ସୃଷ୍ଟିରେ ଶ୍ରେଷ୍ଠ

ସ୍ରଷ୍ଟା ଙ୍କ ସୃଷ୍ଟିରେ ଶ୍ରେଷ୍ଠ

1 min
178


ନାହିଁ ତା'ର ଜାତି, ନାହିଁ ପୁଣି ଧର୍ମ

ନାହିଁ ପର ଭାବ,ନାହିଁ ପୁଣି ବର୍ଣ୍ଣ

କି ଅପୂର୍ବ ସୁନ୍ଦର ଅଟେ ତା'ର ମନ

ଦେଖୁ ଦେଖୁ କରିନିଏ କୋଳେ ଆଲିଙ୍ଗନ।


ବାଛବିଚାର,ପରଆପଣାର,ଚିହ୍ନା ପରିଚିତି

ଲୋଡେ ନାହିଁ, ବୁଝିଯାଏ ଅନନ୍ୟ ତା ପ୍ରୀତି

ଦିଏ ଆଉଁସି ମଥା କରେ କେତେ ଆଶୀର୍ବାଦ

ପଣତେ ମୁହଁକୁ ପୋଛି ଆଶୀଷ ବିଜୟ ଲାଭ।


କେମିତି ଗଢିଛି ସ୍ରଷ୍ଟା ଏମିତିକା ମନ ନେଇ 

ଜନ୍ମରୁ ମରଣ ଯାଏ ଚାଲିଥାଏ ସିଏ ଦେଇ

କେଉଁଠୁ ଆଣିଲେ ସ୍ରଷ୍ଟା ବାଛି ଦେଲେ ନାଆଁ

ଶିହରଣ ଖେଳିଯାଏ ବାଜିଗଲେ ତା ଛୁଆଁ।


ବାତ୍ସଲ୍ୟ ମମତା ଦ୍ଵାର ତା'ର ସଦା ଖୋଲା

ମୁଖ ଦେଖି ପେଟ କଥା ବୁଝି ସେ ପାରିଲା

ଏ ଜଗତେ ତା'ଠାରୁ କେ ଆପଣାର ନାହିଁ

ପଶୁପକ୍ଷୀ କୀଟତରୁ ଯାଏ ସ୍ନେହ ଦେଇ।


ଯାଇଥିଲି ଆଜି ଜଣେ ଅଚିହ୍ନା ବାସକୁ

ମୁଖେ ସ୍ମିତହାସ୍ୟେ ଦେଲେ ବସିବାକୁ

ପାଦଛୁଇଁ ପ୍ରଣିପାତ କରିବା ବେଳକୁ

ବିଜୟୀ ହୁଅ କହିଲେ ସାଉଁଳି ମଥାକୁ।


 ବଡ଼ ଥକ୍କା ଲାଗୁଥିଲା ଟାଣଖରା ପାଇଁ

ଅନ୍ତର୍ଗତେ ଜାଣି ଲେମ୍ବୁ ସରବତ ପେଇ

ପରିଚୟ ନ ଜାଣି ଅଜାଡି ଦେଲେ ସ୍ନେହ

ଭାବିଲେ ନାହିଁ ଯେ ତାଙ୍କ ସନ୍ତାନ ମୁଁ ନୁହଁ।


ମାଆଲୋ ତୋ ପାଦତଳେ କୋଟି ପ୍ରଣାମ

ଆଶୀଷ ଦେଉ ଥିବୁ ମାଆ ଏତିକି ଜଣାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational