Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ସରୋଗେସି

ସରୋଗେସି

1 min
279


ଅସମ୍ଭବ କଥା  ହେଉଛି ସମ୍ଭବ

  ବିଜ୍ଞାନର ବରଦାନ

ଚାହିଁଲେ ମାତୃତ୍ୱ  ଲାଭ କରିହୁଏ

  ଅକ୍ଷମ ହୁଏ ସକ୍ଷମ ।


ରହିଛି ଯାହାର  ହୃଦୟ ସମସ୍ୟା

   ସ୍ୱ।ସ୍ଥ୍ୟଗତ ଅସୁବିଧା

ଜଟିଳ ବ୍ୟାଧିରେ  ପ୍ରପୀଡ଼ିତ ହୋଇ

  ଗର୍ଭାଧାନେ ଥାଏ ବାଧା ।


ଅସହାୟ ହୋଇ  ବିଚରା ଦମ୍ପତ୍ତି

   ନିନ୍ଦୁଥିଲେ ପୂର୍ବେ ଭାଗ୍ୟ

ଚିକିତ୍ସା ବିଜ୍ଞାନେ  ସମାଧାନ ସୂତ୍ର

   ଆବିଷ୍କାର ପ୍ରଚଳିତ ।


ଦର୍ଶାଇ ଯୋଗ୍ୟତା  ଇଚ୍ଛୁକ ଦମ୍ପତ୍ତି

   ହେବେ ଅନୁମତିପ୍ରାପ୍ତ

କରିବେ ପ୍ରଦାନ   ଡିମ୍ବାଣୁ ଶୁକ୍ରାଣୁ

   ହେବ କୃତ୍ରିମେ ନିଷିକ୍ତ ।


ସହମତି ଥିବା   ସକ୍ଷମ ମହିଳା

   ଗର୍ଭରେ ହେବ ରୋପଣ

ହୋଇ ପାରନ୍ତି ସେ  ନିଜ ପରିଜନ

   କେହିବି ଅଜଣା ଅନ୍ୟ ।


ଶାରୀରିକ ଭାବେ  ଥିବେ ସିଏ ସୁସ୍ଥ

    ଥିବେ ପୂର୍ଣ୍ଣ ଏକମତ

ରହିଥିବ ତାଙ୍କ   ପ୍ରଥମ ସନ୍ତାନ

    ପଞ୍ଚାଳିଶ ବର୍ଷ ମଧ୍ୟ ।


ଏହି ବ୍ୟବସ୍ଥାର  ବୈଜ୍ଞାନିକ ନାମ

   ଅଟଇ ସରୋଗେସନ

ଜନନୀ ହୁଅନ୍ତି  ଭିନ୍ନ ଉପାୟରେ

    ନକରି ଗର୍ଭଧାରଣ ।


ଆଇନ ଦୃଷ୍ଟିରୁ  ସରୋଗେଟ ମାତା

   ପ୍ରକୃତ ଜନମଦାତ୍ରୀ

ଜୈବିକ ପ୍ରମାଣ  ଦେଇ ମାତାପିତା

   କରନ୍ତି ଦାବୀ ସ୍ୱ1କୃତି ।


ଜଟିଳ ଚିକିତ୍ସା   ବିଜ୍ଞାନ ପଦ୍ଧତି

    ଅଟଇ ଖର୍ଚ୍ଚ ବହୁଳ

ଆମ ଭାରତରେ  ଅଳ୍ପ କିଛି ଧନୀ

   ଉଠାନ୍ତି ଉପାୟୁ ଲାଭ ।


ପାଶ୍ଚାତ୍ୟ ଜଗତେ  ପରିବାର ସ୍ଥିତି

   ନୁହେଁ ଆମ ଦେଶ ପରି

ସହସ୍ର ସ°ଖ୍ୟାରେ  ଉପଭୋକ୍ତାଙ୍କର

   ପସନ୍ଦ ଏ ନୀତି ଭାରି ।


ମାଆ ସରୋଗେସି  ପେଶା ଦୁଃସାହସୀ

    ବିଜ୍ଞାନ ଯୁଗର କଥା

କାହାକୁ ଲାଗଇ   କିମ୍ଭୁତ ପ୍ରକାର

   କା ପାଇଁ ଆବଶ୍ୟକତା ।

      ----



Rate this content
Log in

Similar oriya poem from Inspirational