ସର୍ଜନା
ସର୍ଜନା
ରାତି ଅଧରେ ନିଦ ନ ଆସିଲେ
ଲେଖେ ମୁଁ କବିତା ବସି |
ହୃଦୟରେ ଯେବେ କବିତା ସର୍ଜରେ
ମନ ହୁଏ ସାନି ଘାଣ୍ଟି |
ଅଶାନ୍ତ ଅସ୍ଥିର ମନ ଚଳ ଚଂଚଳ
ହୋଇପାରେ ନାହିଁ ନିଦ |
ସେତେବେଳେ ବସି କବିତା ଲେଖେ ମୁଁ
ବସି କରି ପଦପଦ |
ନୀରବ ନିଶିଥେ କିଏ ଆସି କାନେ
ମୋର କହିଯାଏ ଶବ୍ଦ |
ଭାବର ରସରେ ରସାଣିତ କରେ
ପ୍ରେମେ କରି ଗଦଗଦ |
ନୀରବ ସୌନ୍ଦର୍ଯ୍ୟ ରୂପର ମାଧୁର୍ଯ୍ୟ
ଯେବେ ହୋଇଯାଏ ଗୁନ୍ଥା |
ସୁଡୋଳ ସୁନ୍ଦର ରମଣୀୟ ହୋଇ
ବାହାରେ କବିତାପେନ୍ଥା |