STORYMIRROR

Manaswinee Dash

Children

4  

Manaswinee Dash

Children

ସର୍ବଂସହା ମା

ସର୍ବଂସହା ମା

1 min
239


ମାଁ ଡାକଟି ଅମୃତ ତୁଲ୍ଯ, 

ସନ୍ତାନ ପାଇଁ ତା ମାଁ ଅମୂଲ୍ଯ, 

ମଆ ବିନା ଛୁଆ ହୁଏ କଲବଲ, 

ଭରି ପରେନା କେହି ସେ ମୋଲ। 


କେତେ ରାତି ସେ ଯେ ନିଜ ନିଦ ହରେଇ, 

ଆମକୁ ଯେ ସେ ବଡ କରଇ, 

ଯେବେ ଆମେ ହେବା ସ୍ବାବଲମ୍ବୀ, 

ହତାଦର କରିବନି ତାହାକୁ ଅଦରକାରୀ ଭାବି। 


ମାଁ ଯେ ଆମର ପ୍ରଥମ ଗୁରୁ, 

ତାପଣତ ତଳେ ଆମେ ଖୁସିରେ ରହୁ , 

ଅ ବାଟରେ ଗଲେ ଆମେ ଭାଇ, 

ସଳଖ ପଥକୁ ହାତ ଧରି ଟାଣି ଆଣଇ। 


ଆମ ପେଟ କଥା ଆମଠାରୁ ବେଶୀ ତାହାକୁ ଜଣା, 

ଆମ ପସନ୍ଦ ଖାଇବାରେ ସେ କରେନା ଉଣା, 

ରକମ ରକମ ଜିନିଷ ବନେଇ, 

ରହେ ଆମ ସାମ୍ନାରେ ପରଶି ଦେଇ। 


ସନ୍ତାନଗଣ ମୁହଁରେ ହସ

ମିଟା ମାଆ ମନର କ୍ଲେଶ, 

ମା ପରା ସଦା ଅଦ୍ବିତୀୟ, 

ସର୍ବଂସହା ଯେ ତାର ପରିଚୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children