STORYMIRROR

Prabhanjana Tripathy

Abstract Inspirational

3  

Prabhanjana Tripathy

Abstract Inspirational

ସର୍ବନାଶ

ସର୍ବନାଶ

1 min
258


ଅଭ୍ୟାସ ନ କଲେ ବିଦ୍ୟା ନାଶଯାଏ

ଭିକାରି'ର ସୁଖ ନାଶ

ଜଡ ବୁଦ୍ଧି ଥିଲେ ଜ୍ଞାନ ନାଶ ଯାଏ

ଅଜ୍ଞାନୀ କି ଆସେ ଦ୍ଵେଷ ll


ରାଜା ମୂର୍ଖ ହେଲେ ଦେଶ ନାଶ ଯାଏ

ଆଣେ ନାନା ଅପଯସ

ନିଶା ଶକ୍ତ ପିତା ସଂସାର ସରାଏ

ପରିବାରେ ଘୋଳେ ବିଷ ll


ଅଶୁଦ୍ଧି ବ୍ରାହ୍ମଣ କୂଳ ନାଶକରେ

ଅଵାଧ୍ୟେ ସନ୍ତାନ ନାଶ

ଶାସ୍ତ୍ର ଜାଣି ଯିଏ ବାକ୍ୟ ନ କୁହେ

ଶାସ୍ତ୍ର ହେବ ସର୍ବ ନାଶ ll


କୁ ସଙ୍ଗରେ ଯୁବା ନାଶ ଯାଏ

ବାର ବୁଲି ଯାଏ ନାଶ

ଜଚାରୁଣୀ ନାରୀ ଘର ନାଶ କରେ

ପର ଘରେ କରେ ବାସ ll


ବାଳୁଙ୍ଗା ଉଠିଲେ ଚାଷ ନାଶ ଯାଏ

ଜୀବିକା କରଇ ଶେଷ

ଥରେ ବିଶ୍ୱାସରେ ବିଷ ଦେଇଦେଲେ

ବିଶ୍ୱାସର ସର୍ବନାଶ ll


ମାନ୍ୟରେ ଅମାନ୍ୟ ଭାଷା ଦ୍ଵେଷ ହେଲେ

ପୌରୁଷ ହୁଅଇ ଶେଷ

ତେଣୁ ଭାବି ବୁଝି କର ବାସ

ସଂସାର ଭିତରେ ଘର କରିଥିଲେ

ଆଣ ନାହିଁ ଅପଯୋସ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract