STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସର୍ବଦା ରହୁ ଆଶିର୍ବାଦ

ସର୍ବଦା ରହୁ ଆଶିର୍ବାଦ

1 min
261

ଦେବଙ୍କର ଦେବ ମହାଦେବ ଶିବ

ଗୁଞ୍ଜୁ ଅଛି ନାମ ବିଶ୍ବେ,

ଭୋଲାନାଥ ସେହୁ ଭଲ ହିଁ କରନ୍ତି

କଲ୍ୟାଣ କରନ୍ତି ବିଶ୍ବେ ।


ଅସୁବିଧା ନୂହେ ତାଙ୍କରି କୃପାରେ

ଶ୍ରଦ୍ଧା ମନେ କଲେ ଭକ୍ତି,

ଅକର୍ମା ଦାନୀ ସେ କଲ୍ୟାଣ କରନ୍ତି

ପ୍ରେମ ଶ୍ରଦ୍ଧା ମନେ ଭକ୍ତି ।


ଚାକଚକ୍ୟ ଠାରୁ ଦୂର ରହି ଥାଏ

ସଦା ତାଙ୍କ ପ୍ରତି ମନ,

ଲକ୍ଷ୍ମୀ ଧନ ଜ୍ଞାନ ପାଇ ଯେଉଁ ବ୍ୟକ୍ତି

ଅହଙ୍କାରେ ନାହିଁ ମନ ।


ବିନମ୍ରତା ଭାବ ମନରେ ଗୁଞ୍ଜନ

ସମଭାବ ମନ୍ତ୍ର ଥାଏ,

ହିଂସା କପଟକୁ ବହିଷ୍କାର କରି

ସତ୍ୟପଥେ ଚାଲୁ ଥାଏ ।


କୃପା ଶିବଙ୍କର ମିଳୁଥାଏ ତାଙ୍କୁ

ମହାଦାନୀ ଶିବ ବାବା,

ଏପରି ଭକ୍ତଙ୍କୁ ଆଶୀର୍ବାଦ ମିଳେ

କୃପାସିନ୍ଧୁ ଶିବ ବାବା ।


ମନ ବୃତ୍ତି ଥାଏ ସାହାଯ୍ୟ ନିମନ୍ତେ

ଜନଜନ ପ୍ରତି ତାର,

ରାଷ୍ଟ୍ର ସେବା ପ୍ରତି ଭକ୍ତି ରଖି ଥାଏ

ନିସ୍ବାର୍ଥର ଭାବ ତାର ।


ବୃକ୍ଷ ଫଳ ଦ୍ବାରା ନଇଁ ଯାଏ ଡାଳ

ଗର୍ବ ନାହିଁ ମନେ ତିଳେ,

ଅହଙ୍କାର ନାହିଁ ମନରେ ତାହାର

ପର ଉପକାର ବଳେ ।


ପାଣିର ବାଦଲ ଖସି ଆସେ ପୁଣି

ଜଗତ କଲ୍ୟାଣ ପାଇଁ,

ସେହୁ ପରି କରେ ସେବା ଶିବ ଭକ୍ତ 

ଜନତା କଲ୍ୟାଣ ପାଇଁ ।


ସତ୍ୟପଥେ ରହି ଜନ ସେବୁ ଥାଏ

କର୍ମପଥେ ରହି ରାଷ୍ଟ୍ର,

କରେ ଶିବ ଭକ୍ତି ଧର୍ମପଥେ ରହି

କରେଟି ଉଜ୍ଜ୍ୱଳ ରାଷ୍ଟ୍ର ।


ଦେବଙ୍କର ଦେବ ମହାଦେବ ଶିବ

ଗୁଞ୍ଜୁ ଅଛି ନାମ ବିଶ୍ବେ,

ଭୋଲାନାଥ ସେହୁ ଭଲ ହିଁ କରନ୍ତି

କଲ୍ୟାଣ କରନ୍ତି ବିଶ୍ବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract