STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ସର୍ବ ଶ୍ରେଷ୍ଠ ସମ୍ବଳ

ସର୍ବ ଶ୍ରେଷ୍ଠ ସମ୍ବଳ

1 min
261


ଗୁରୁ ପିତା ମାତା ଜୀବନ୍ତ ଦେବତା ସନ୍ତାନ ସନ୍ତତି ଶ୍ରେଷ୍ଠ ସମ୍ବଳ

ତନୁ ମନ ପ୍ରାଣ ଉତ୍ସର୍ଗ କରିଣ ପୁଜିଲେ ମିଳଇ ଅମାପ ବଳ।


କରୁଣାର ଝର ଝରେ ନିରନ୍ତର ଧୌତ କରେ ସର୍ବ ପାପ କଳୁଷ

ସୁଖ ଶାନ୍ତି ପ୍ରୀତି ଅମ୍ଳାନ ସମ୍ପତ୍ତି ଉପଲବ୍ଧ ହୁଏ ଲଭି ପରଶ ।


ସଂସାରର ପଥ ଜଟିଳ ସର୍ବତ୍ର ପ୍ରତି ପଦପାତେ ଯାତନା ବାଧା

ଦୂର ହୁଏ ସବୁ ଦୟା କଲେ ବିଭୁ ଧରମ ପାଳିଲେ ଝରଇ ସୁଧା ।


ଅମର ସଂସ୍କୃତି ଗାନ କରେ ନିତି ଭକତିରେ କରରେ ପୂଜ୍ୟ ପୂଜା

ପିତା ମାତା ଗୁରୁ ଜୀବନର ମେରୁ ସଦା ମହୀୟାନ ଉଡାନ୍ତି ଧ୍ୱଜା।


ପଥର ପୁଜିଲେ ମିଳେ ନାହିଁ ହରି ପିତା ମାତା ଗୁରୁ ପୂଜିଲେ ମିଳେ

ସନ୍ତାନ ତପସ୍ୟା ନିରର୍ଥକ ଭାଷା ସଫଳତା ଫଳ କେବେ ନଫଳେ।


ସଂସାରରେ ଯିଏ ପ୍ରତିଷ୍ଠିତ ହୁଏ ଲଭି ଗୁରୁ ପିତା ମାତା ଆଶିଷ 

ପଙ୍ଗୁ ଲଂଘେ ଗିରୀ ଅନ୍ଧ ଦେଖେ ଶିରୀ ଭରିଯାଏ ଜୀବନରେ ପୀୟୂଷ।


ନବ କିଶଳୟ ପ୍ରଗତି ମଳୟ ପରଶେ କଅଁଳେ ହୃଦୟ ବୃକ୍ଷ

ବିଶ୍ୱାସ ଭକତି ଲଭଇ ସଂଗତି ଖୋଲିଯାଏ ବିକାଶର ଗବାକ୍ଷ ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational