STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ସର୍ବ ଶକ୍ତିଶାଳୀ

ସର୍ବ ଶକ୍ତିଶାଳୀ

1 min
372

ତୁମେ ତ କାଳର କରାଳ ରୂପ

ତୁମେ ନିୟତିର ନିୟମାଙ୍କ

ତୁମେ ଚିରନ୍ତନ ସତ୍ୟ,

ତୁମେ ଅନିମନ୍ତ୍ରିତ ଅତିଥି

ତୁମେ ଆରମ୍ଭର ଶେଷ

ତୁମେ ନୂତନତ୍ଵର ଆବାହକ

ତୁମେ ଅଦ୍ଵିତୀୟ,

ତୁମେ ଅପ୍ରୟ ସତ୍ୟ,

ତୁମେ ଦିଗ୍ ବିଜୟ,

ତୁମେ ମୁକ୍ତି,

ତୁମେ ଅନ୍ତିମ ସୁଖ,

ସର୍ବପରି ତୁମେ ସର୍ବୋଚ୍ଚ,

ତୁମେ ଗର୍ଵଭଞ୍ଜନ,

ତୁମେ ଲୀନକାରୀ ସମସ୍ତ

ବୈଭବ, ଐଶୋର୍ଯ୍ୟ, ଆଧିପତ୍ୟର

ତୁମେ ସର୍ବୋଚ୍ଚ , ସର୍ବଶକ୍ତିମାନ

ତୁମେ ଏକ ଓ ଅଭିନ୍ନ

କିନ୍ତୁ ନାମ ଭିନ୍ନ ଭିନ୍ନ

ଅପମୃତ୍ୟୁ, ସୁଖମୃତ୍ୟୁ, ଅକାଳ ମୃତ୍ୟୁ, ସହମୃତ୍ୟୁ, ତୀର୍ଥମୃତ୍ୟୁ, ଜରାମୃତ୍ୟୁ, ରୋଗମୃତ୍ୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy