ସ୍ପର୍ଶ
ସ୍ପର୍ଶ
ତୁମ ସ୍ପର୍ଶ ମୋ ଦେହରେ ମାଦକତା ଆଣିଦିଏ
ତୁମ ଚୁମ୍ବନ ମୋ ମନରେ ସୁନାମୀ ଆଣି ଦିଏ ।
ତୁମ ଆଲିଙ୍ଗନ ମୋ ଶରୀର ରେ ମାଘର ଶୀତ ଆଣିଦିଏ
ମୁଁ ମୋ ନିଜ କୁ ଭୂଲି ଯାଏ ତୁମ ବାହୁ ବନ୍ଧନରେ ।
କାହିଁକି କେଜାଣି ବୁଝାଇ ହୁଏନା
ଅବୁଝା ମନକୁ,ଅମାନିଆ ହୃଦୟ କୁ ।
ହଜିବାକୁ ଇଚ୍ଛା ହୁଏ ମନର ବେଳାଭୁମିରେ
ତୁମ ଛାତିର ଅଝଟିଆ ଢେଉ ଭିତରେ ।
ସେଥିପାଇଁ ତ ମନ ଖୋଜେ ତୁମ ସ୍ପର୍ଶ
ପ୍ରତି ମୁହୁର୍ତ୍ତରେ ,ତୁମେ ରୁହ ମୋ ସ୍ପନ୍ଦନ ରେ ।

