ସ୍ପର୍ଶ
ସ୍ପର୍ଶ
ଟାଙ୍ଗରା ଭୂଇଁରେ ମୌସୁମୀର ସ୍ପର୍ଶ
ସୃଜନୀର ଆଦ୍ୟ ନାମ
ମରୁ ପ୍ରାନ୍ତରକୁ ମନ୍ଦାକିନୀ ସ୍ପର୍ଶ
କରେ ପୁଣି ମୁକ୍ତିଧାମ
ସ୍ନେହ ସ୍ପର୍ଶ ପରିଣାମ
ଇତର ପ୍ରାଣୀକୁ ନିଜର କରଇ
ବାଘ ବି ହୁଏ ଗୋଲାମ l
ପ୍ରତି ପ୍ରାନ୍ତେ ଦେଖ ପରମେଶ୍ୱରଙ୍କ
କରୁଣାର କେତେ ସ୍ପର୍ଶ
ବିଷାଦ ବହ୍ନିରେ ସେନେହ ସଲିଳ
କୋଟି ମନେ ଭରେ ହର୍ଷ
କିମ୍ପା ବିଚାର ବିମର୍ଷ
ସଭିଙ୍କୁ ଦିଅ ହେ ଭାଇଚାରା ସ୍ପର୍ଶ
ହସୁ ଏ ଭାରତ ବର୍ଷ l
ସ୍ପର୍ଶ ଅସ୍ପର୍ଶର ଭେଦ ଭାବଠାରୁ
ଚେତନାକୁ କର ଉଚ୍ଚ
ସବୁରି ହୃଦୟେ ଏକ ବ୍ରହ୍ମ ସତ୍ତା
କେହି ନୁହେଁ ଏଠି ନୀଚ୍ଚ
ଏଇ ମୁକ୍ତିର ପାବଚ୍ଛ
ମାନବବାଦର ମହାନଦୀ ଏ ତ
ହୃଦୟକୁ କରେ ସ୍ୱଚ୍ଛ l