Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu kumar Meher

Fantasy Others

5.0  

Santanu kumar Meher

Fantasy Others

ସ୍ଵପ୍ନ

ସ୍ଵପ୍ନ

1 min
139


ଅଚିହ୍ନା ଅଜଣା ସମ୍ପର୍କ

ଖୁବ ଶୀଘ୍ର ଯୋଡି ହୁଏ

ଅଜବ ଏକ- ରାସ୍ତାକଡେ ।

ଯେବେ, ମନ ବନ୍ଦୀ ହୁଏ

କିଛି, ଅହେତୁକ ମୁହୂର୍ତ୍ତରେ

ବାଟ ଭାଙ୍ଗି ମନେ ପଡେ । ୧

ଆଉ, ସ୍ବପ୍ନ ଯେବେ-

ପାଦ ଚଲା ବାଟରେ

ଚାଲୁ ଚାଲୁ ଝୁଣ୍ଟିପଡ଼େ ।

ଜୀବନର ଖୁସି ସବୁ

ଦୁଃଖରେ ଭାଙ୍ଗି ପଡେ । ୨

ସ୍ମୃତି ଆଉ ଅତୀତକୁ ନେଇ

ମରି ସେ, ବଞ୍ଚେ ପୁଣି

ଲୁହର ଆଖିକଡେ ।

ଯନ୍ତ୍ରଣାର କୋହକୁ

ସାରା ରାତି ଆଉଜି

ଛଟପଟ ହୁଏ ସତ-

ଖାଲିଟାରେ ବିଛଣାରେ ପଡେ । ୩

ଅବାସ୍ତବ ନୀତି ଏଠି

ବସ୍ତବର ଛାଇରେ-

ବନ୍ଦୀ ସଦୃଶ୍ୟ- ବସିପଡ଼େ ।

ଆଉ, ଜୀବନ ବି

ମୁକ, ପାଷାଣ ସ୍ଥାପତ୍ୟର

ଫୁଙ୍ଗୁଳା ଚେହେରା ଭଳି

କୋଉ ଏକ-

ନିବୁଜ କୋଠରୀରେ

ଭାଷାହୀନ ଜଣା ପଡେ । ୪

****

ଅଧ୍ୟାପକ ଶାନ୍ତନୁ କୁମାର ମେହେର

ଆଠମଲ୍ଲିକ, ଅନୁଗୋଳ

9437160065


Rate this content
Log in

Similar oriya poem from Fantasy