ସପନ
ସପନ
ରାତିର ବୟସ ବଢି ବଢି ଯାଏ
ସପନକୁ ସାଥେ ତୋଳି
କିଏ ଚିତ୍ରକର ସପନକୁ ରଙ୍ଗେ
ହାତେ ଧରି ରଙ୍ଗ ତୂଳୀ ।।
ଜୋଛନାରେ ଭିଜି ତାରା ରୋଷଣୀରେ
ଝଲମଲ ହୁଏ ଆଖି
ସପନେ ଆସୁଛି ପ୍ରୀତିର ମହକ
ଆନମନା କରି ସଖି ।।
ଭାବନା ଝଲକ ସପନେ ସଜାଇ
ରାତି ଦିଏ ମିଠା ଭାବ
ନିଦ ଭାଙ୍ଗିଗଲେ ପ୍ରକୃତିସ୍ଥ ହେଲେ
ଜୀବନେ ରୁହେ ଅଭାବ ।।
ରଙ୍ଗୀନ ସପନ ସପନରେ ରହି
ହଜିଯାଏ ସ୍ମୃତି ଗର୍ଭେ
ମନେ ରହିଥିବା ସପନକୁ ନେଇ
ଅୟୁତ ସପନ ଭାବେ ।