Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସଫଳତାର ମନ୍ତ୍ର

ସଫଳତାର ମନ୍ତ୍ର

1 min
188



ଉଦ୍ଯୋଗୀ ପୁରୁଷ ପୁରୁଷାର୍ଥ କରି

ସଫଳତା ପ୍ରାପ୍ତ ହୁଏ ।

ଦଇବ ଦେଲା ମୋ ଭାଗ୍ୟେ ଥିଲା ବୋଲି

କାପୁରୁଷ ନର କହେ ।


ପୁରୁଷାକାରକୁ ଜାଗରଣ କରି

ଆତ୍ମ ଶକତି ଜାଗ୍ରତ ।

କରିଲେ ନିଶ୍ଚିତ ଦଇବ ବିଧାନ

ହୋଇଥାଏ ପ୍ରତିହତ ।


ଯତନ କରିଲେ ରତନ ମିଳଇ

ମହାପୁରୁଷ ବଚନ ।

ରତନ ତୁମକୁ ଯଦି ନମିଳିଲା

କରିଲ ବହୁ ଯତନ ।


ଦେଖ ସେ ଯତନେ କି ଦୋଷ ରହିଲା

କର ତାର ପ୍ରତିକାର ।

ସଫଳତା ତୁମେ ହାସଲ କରିବ

କେବେ ସନ୍ଦେହ ନକର।


ଏତେ ସହଜ ଏ ସଫଳତା ମନ୍ତ୍ର

ଏହାକୁ ଧାରଣ କର ।

ସଫଳତା ତୁମ ଚରଣ ଛୁଇଁବ

କର ଏ ପୁରୁଷାକାର ।


Rate this content
Log in

Similar oriya poem from Inspirational