Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sagar Kumar Parida

Inspirational

3  

Sagar Kumar Parida

Inspirational

ସଫଳତା

ସଫଳତା

1 min
236


ସଫଳତା ସଂଜ୍ଞା ଅଟେ ଭିନ୍ନ ଭିନ୍ନ

ବିଭିନ୍ନ ଲୋକଙ୍କ ପାଇଁ,

ସମୟ ସ୍ରୋତରେ ସଫଳତା ସଂଜ୍ଞା

ନିଇତି ବଦଳୁ ଥାଇ।।


ଏକ ସଫଳତା ପାଇଲେ ଜୀବନେ

ହୁଅ ନାହିଁ ବେଶୀ ଖୁସି,

ପର ସଫଳତା ଲାଭ ପାଇଁ ସଦା

କର୍ମେ ଦେଉଥାଅ ମତି।।


ଛୋଟ ଛୋଟ ଦ୍ଵନ୍ଦ୍ୱ କରିଲେ ବିଜୟ 

ହୁଅ କି ତୁମେ ସଫଳ?

ସମଗ୍ର ଯୁଦ୍ଧରେ ବିଜୟ ଲାଭରେ

ମିଳେ ଆନନ୍ଦ ଅପାର।।


ବାଳୁତ ବେଳରେ ବିଦ୍ୟାପ୍ରାପ୍ତି କଲେ

ସଫଳ ହେବ ଜୀବନ

ଅଜ୍ଞାନ ଅନ୍ଧାର ହଟିଯିବ ମନୁ

ଜ୍ଞାନାଲୋକେ ବିଚରଣ।।


ଯେଉଁ କ୍ଷେତ୍ରେ ଥାଅ ସଫଳ ହେବାକୁ

କରୁଥାଅ ନିତି ଚେଷ୍ଟା,

ଘାସ କାଟ କିମ୍ବା ଘୋଡା ଚଢ଼ ତୁମେ

ହୁଅ ଅବା ରାଜନେତା।।


ତୁମ ସଫଳତା ଦେଶକୁ ଗର୍ବିତ

କରିଦେବ ଯେଉଁଦିନ,

ମାନବ ଜନମ ସାର୍ଥକ ହୋଇବ

ଜୀବନ ହୋଇବ ଧନ୍ୟ।।


ଦେଶର ଶତୃକୁ ଯୁଦ୍ଧରେ ହରାଇ

ତ୍ରିରଙ୍ଗା ହାତରେ ଧରି

ଆସିବ ଯେଦିନ ସଲାମ କରିବେ

କୋଟି କୋଟି ଲୋକେ ମିଳି।।



Rate this content
Log in

More oriya poem from Sagar Kumar Parida

Similar oriya poem from Inspirational