STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ସଫଳତା

ସଫଳତା

1 min
472

ଜୀବନ ମୋହର ହୋଇଛି ସଫଳ

ଆଜି ମୁଁ ଶିକ୍ଷକ ଟିଏ

କୋମଳ ବାଳକ ବାଳିକା ନିଜର

ଶିକ୍ଷାଦାନ କରିଥାଏ।

ଛୋଟ କଳିଟିର ଜୀବନ ଗଢିବା

ନୁହେଁତ ଏତେ ସହଜ

କେତେ ଯତନରେ ହାଣ୍ଡି ଗଢିଥାଏ

କୁମ୍ଭାର ଭାଇ ଫଉଜ।

ଛୋଟ ଶିଶୁଙ୍କର ମନ କାଗଜର

ସବୁ ଫର୍ଦ୍ଦ ଥାଏ ଖାଲି

ଯାହା ଲେଖିଦେଲେ ତାହା ଲେଖି ହୁଏ

ଲେଖିବାକୁ ହେବ ଭାଳି।

ଶିଶୁଙ୍କ ମେଳରେ ଶଇଶବ ଦିଶେ

ସ୍ମୃତି ପଟ୍ଟଳେ ମୋହର

କେଡେ ମଧୁମୟ ହଜିଲା ଅତୀତ

ଶୁଭୁଛି ଏବେ ତା ସ୍ବର।

କଅଁଳ ମନରେ ବିଭେଦ ନଥାଏ

ଥାଏ ସ୍ନେହ ସୁଧା ଝର

ତା ମନକୁ ଯିଏ ପଢି ବୁଝିଥାଏ

ସେହି ହୁଏ ଆପଣାର।

ସେହିତ ଆମର ଦେଶର ଭବିଷ୍ୟ

ମୋ ହସ୍ତେ ହୁଅନ୍ତି ଗଢା

ଖେଳକୁଦ ସଙ୍ଗେ ଆନନ୍ଦ ମନରେ

ହୋଇଥାଏ ପାଠପଢ଼ା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract