STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ସଞ୍ଜର ଓଢଣୀ

ସଞ୍ଜର ଓଢଣୀ

1 min
262

ସଞ୍ଜର ଓଢଣୀ ତଳେ ଜଳୁଥାଏ 

ଆତ୍ମାର ପ୍ରଦୀପ,

ରାତି ଏଠି ବିବସନା ହୁଏ

ଜଳିଯାଏ ଅନ୍ତହୀନ ସ୍ୱପ୍ନର ନୀରବ ସଂଳାପ। 


ଓଢଣୀର ମର୍ଯ୍ୟାଦା ଭାଙ୍ଗେ

ଗାଢ଼ ହେଲେ ପାପର ଅନ୍ଧାର,

ଭାର ବଢିବା ଆଗରୁ

ପାହିଯାଏ ରାତି ଦିଶେ ସକାଳର ଛଳ। 


ଜହ୍ନ ବି ନିଇତି ଆସେ 

ତାରାଙ୍କର ପଟୁଆର ନେଇ

ଉଧାର ଆଲୁଅର ଅହଙ୍କାର ସାଥେ,

ତାର ବା କି ଯାଏ ଆସେ

ବିକ୍ରି ହେଉ କେଉଁ ବାଧ୍ୟ ଆତ୍ମା

କି ହାରିଯାଉ ସରଳିଆ ସତ୍ୟ

ମିଥ୍ୟାର ଏ ଜଟିଳ ଜୁଆରେ। 


କଇଁ ଏଠି ନିତି ମରେ

ମିଛେ ଝୁରି କେଉଁ ଏକ କିମ୍ବଦନ୍ତୀ ପାଇଁ

ରାତି ଏଠି ନିତି ଆସେ

କିଛି ଅକର୍ମକୁ କବର ଦେବା ପାଇଁ। 


ଓଢଣୀଟା ଜଳିଯାଏ ଏଠି

ଅନ୍ଧାରୁଆ ଅଗ୍ନି ପରୀକ୍ଷାରେ

ଧର୍ମ ସାଜେ ପଥର ଠାକୁର

ମନ୍ଦିରର ସ୍ଵର୍ଣ୍ଣ ଛାଉଣୀରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance