STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସଞ୍ଜ ଯେବେ ନଇଁ ଆସେ

ସଞ୍ଜ ଯେବେ ନଇଁ ଆସେ

1 min
246


ସଞ୍ଜ ଯେବେ ନଇଁ ଆସେ

 ମୋ ଗାଁ ତାଳ ବଣେ

ନାଲିଆ ମୁରୁଜ ବୁଣି

 ଚାଲି ଯାନ୍ତି ସୁରୂଜ ଯେ

ଭାଲେରି ପାହାଡ଼ କୋଣେ।


ଶ୍ରମ କ୍ଳାନ୍ତ ଶ୍ରମିକ ବା

 ଚାଷୀ ଭାଇ ଆମ

ବହୁଡ଼ନ୍ତି ନିଜ ବାସେ

  ଭୁଲିବାକୁ ଶ୍ରମ।


ପକ୍ଷୀ ଏ ଫେରନ୍ତି

  ନୀଡ଼କୁ ତାଙ୍କର

ଆହାର ପାଇ ଶିଶୁଏ

  ଆନନ୍ଦ ବିଭୋର।


ଆହା କେଡ଼େ ମନଲୋଭା

  ଗାଁ ଦାଣ୍ଡ ଦୃଶ୍ୟ

ଗୋ ଧୂଳି ଲଗନ୍ ଶୋଭା

 ମନେ ଆଣେ ହର୍ଷ।


ନବ ବଧୁ ଭକତିରେ

 ଚଉରା ପାଖରେ

ସଞ୍ଜବତୀ ଜଳି ଦିଏ

  ଭକତି ଅନ୍ତରେ।


ଭାଗବତ ଗାଦି ଘରେ

  ନରି ଜେଜେ ବସି

ନବାକ୍ଷରୀ ଭାଗବତ 

  ପଢ଼ୁଥାନ୍ତି ହସି।


ସଞ୍ଜରେ ଗାଁ ମନ୍ଦିରୁ

  ଶୁଭେ କୋଳାହଳ

ହୁଳହୁଳି ହରିବୋଲ ଶଦ୍ଦେ

   ଦେଉଳ ଚଞ୍ଚଳ।


ଆମ ଗାଁ ସଞ୍ଜ ବେଳ

  ଅଭୁଲା ମୋ ପାଇଁ

ଭୁଲିବିନି ନ ଭୁଲିବି

  ଯେତେଦିନ ଥିବି ଜୀଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational