STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ସଞ୍ଜ ନଇଁଲେ

ସଞ୍ଜ ନଇଁଲେ

1 min
216


ସଞ୍ଜ ନଇଁଲେ ଅସଂଖ୍ୟ ଖର୍ବକାୟ ବିଷାକ୍ତ ଜୀବ

ଆପଣାର ଗୁପ୍ତ ଠିକଣାରୁ ଆସନ୍ତି ବାହାରି ପଦାକୁ


ତୀକ୍ଷ୍ନ ମୁନିଆ ପଞ୍ଝା ମେଲି ଖାଇବାକୁ ଝୁଣି ଝୁଣି

ଅପେକ୍ଷାକୃତ ଦୁର୍ବଳ ପ୍ରାଣୀର ନରମ କଅଁଳ


ମାଉଁସ ବଡ଼ ବିଚିତ୍ର ଏଇ ଜୀବଙ୍କର ଭୋକ ଆଉ ଶୋଷବହୁ ଦୂରୁ ଜାଣିପାରନ୍ତି ଏମାନେ ଶିକାରର


ବାସ ଟକ୍ ମକ୍ ହୋଇ ଜାଗି ଉଠେ ଜାନ୍ତବ ବିକାର

ହୁତୁ ହୁତୁ ଜଳି ଉଠେ କ୍ଷୁଧାର  ଅନଳ ଦୁର୍ବାର l


ଯେତେ ଝୁଣି ଟାଣି ଖାଇଲେ ବି ରକ୍ତ ମାଂସ ହାଡ

ମେଣ୍ଟେ ନାହିଁ ଆଦିମ ଜାନ୍ତବ ଆସୁରିକ ପିପାସା


ଅସରନ୍ତି ଅଦମ୍ୟ ପାଶବିକ ପୈଶାଚିକ ନିଶା

ସର୍ବଗ୍ରାସୀ ତୃଷ୍ଣା ଚାହେଁ କରିବାକୁ ବ୍ରହ୍ମାଣ୍ଡକୁ ଗ୍ରାସ


ଲଭିବାକୁ ତହିଁରେ ଆତ୍ମ ତୃପ୍ତିର ପରମ ସନ୍ତୋଷ ଯେ ପର୍ଯ୍ଯନ୍ତ ପୂର୍ବାକାଶେ ସୂର୍ଯ୍ୟର ହୋଇନି ପ୍ରକାଶ


ପଶ୍ଚିମାକାଶେ ପୁଣି ସୂର୍ଯ୍ୟ ହେଲେ ଅସ୍ତାଚଳଗାମୀ

ଏଇ ବିଷାକ୍ତ ଜୀବଙ୍କ ଉପଦ୍ରବେ କମ୍ପଇ ମେଦିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy