Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସଞ୍ଜ ଆସିଲାଣି

ସଞ୍ଜ ଆସିଲାଣି

1 min
173



ସଞ୍ଜ ଆସିଲାଣି ନଇଁ ଲୋ ସଜନୀ

     ସଞ୍ଜ ଆସେ ନଇଁ ନଇଁ

ସଧବା ବୋହୁଟି ବୃନ୍ଦାବତୀ ମୂଳେ

     ସଞ୍ଜବତୀ ଜାଳି ଦେଇ।

ଶୁଭ ମନାସଇ ତା' ଶଙ୍ଖା ସିନ୍ଦୁର

     ପରିବାର ଯେତେ ଜନ

ଭାଗବତ ପାଠ ଶୁଭଇ ଟୁଙ୍ଗୀରେ

     ଶ୍ରୋତାଏ ଦିଅନ୍ତି ଧ୍ୟାନ।

ମନ୍ଦିର ଆଳତୀ ଶୁଭଇ ସର୍ବତ୍ର

     ଶୁଭ ରାତ୍ର ଶୀଘ୍ର ପାହୁ

ସମୟ ସାରଣୀ ଘୁରୁଛି ମହୀରେ

      କିଏ ଯାଏ କିଏ ରହୁ।

ସବୁ ତ ବିଧିର ବିଧାନ ସଜନୀ

     ମଣିଷ ନିମିଷ ମାତ୍ର

କରି ସେ କରାନ୍ତି ଏକା ଜଗନ୍ନାଥ

     ବିରାଜମାନ ସର୍ବତ୍ର।

ସଞ୍ଜ ଏବେ ଏବେ ରାତ୍ର ହେଲାଣି ଯେ

     ଘଞ୍ଚ ହେଲାଣି ଅନ୍ଧାର

ନିଦ୍ରା ଦେବୀ କୋଳେ ଆଶ୍ରୟ ଲୋଡ଼ନ୍ତି

     ସାରା ରାତି ଏ ସଂସାର।

ନୂତନ ସୂରୁଜ ଦେଖିବ ସଜୀବ

     ନିର୍ଜୀବ ଯେତେ ବା ଅଛ

ଏହି ଧରା ଧାମେ ବଞ୍ଚିବାକୁ ହେଲେ

     ସରଳ ଚଳଣୀ ବାଛ।



Rate this content
Log in

Similar oriya poem from Action