STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Action Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Action Others

ସନ୍ତୋଷର ଛିଟା

ସନ୍ତୋଷର ଛିଟା

1 min
2.8K




ଶିତକଣ୍ଠ ବରାଳ

ସାକ୍ଷୀଗୋପାଳ,

ପୁରୀ l


ହସ ଉଦ୍ଯାନର କଳିକା ହୋଇ,

ପ୍ରୀତିର ମହକ ଦେବି ଛୁଟାଇ।


ଯନ୍ତ୍ରଣା ଜଞାଳ ଜୀବନୁ ପୋଛି,

ଢାଳିଦେବି ଯେତେ ହସ ସଂଚିଛି।


ଝରିଯିବି ସ୍ୱଛ ଝରଣା ହୋଇ,

ମରୁଭୂମି ହେବ ସବୁଜ ଭୂଇଁ।


ପ୍ରତିମନେ ଭରିଦେବି ପୁଲକ,

ହେବି ଭରଷାର ନୂଆ ଝଲକ।


ପୋଛିଦେବି ସବୁ ଆଖିରୁ ଲୁହ,

ଛୁଟାଇବି ଶ୍ରଦ୍ଧା ସୁମନ ସୁଅ।


ବହିଯିବି ହୋଇ ସନ୍ତୋଷ ନଇ

ଆନନ୍ଦ ନଉକା ନେବି ଭସାଇ।


ଆହ୍ଲାଦପୁରର ସୁରଟେ ହୋଇ,

ଅବସାଦ କ୍ଲାନ୍ତ ନେବି ଦୂରେଇ।


ଉତ୍ସାହ ଉନ୍ମାଦ ବରଷା ପରି,

ଜୀବନଟା ସାରା ପଡିବି ଝରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action