ସନ୍ଥ ଭୀମଭୋଇ
ସନ୍ଥ ଭୀମଭୋଇ
ସନ୍ଥ କବି ଭୀମ ଭୋଇ ଅଟନ୍ତି ମହାନ,
ଓଡ଼ିଶାର "କବୀର" ସେ ଏ କଥା ଯେ ଜାଣ ।
ଜନ୍ମିଥିଲେ ରେଢ଼ାଖୋଲ କନ୍ଧରା ଗ୍ରାମରେ,
ପ୍ରଚାରିଲେ ଧର୍ମ ସେ ଯେ "ମହିମା" ନାମରେ ।
ଜନ୍ମାନ୍ଧ ହୋଇବି ସେ ଯେ ରଚିଲେ କବିତା,
ନିଷ୍ଠା ଦେଖି ଖୁସି ହେଲେ ସ୍ବର୍ଗରେ ସବିତା ।
ପ୍ରଭୁ ନିର୍ବିକାର ବୋଲି ମତ ସେ ଦିଅନ୍ତି,
ଗୁରୁଙ୍କୁ ସେ ଶ୍ରେଷ୍ଠ ବୋଲି ଆଶିଷ ନିଅନ୍ତି ।
ଗୁରୁ ସେବା ତାଙ୍କ ପାଇଁ ସର୍ବୋପରି ଅଟେ,
ଅନ୍ୟ ଦୁଃଖ ଦେଖି ତାଙ୍କ ଦିବସ ଯେ କଟେ ।
ନିରକ୍ଷର ହୋଇ ମଧ୍ୟ ଅଟନ୍ତି ପଣ୍ଡିତ,
ବାହ୍ୟ ଆଡମ୍ବରକୁ ଯେ କରନ୍ତି ଖଣ୍ଡିତ ।
ଜାତିପ୍ରଥା ବିରୋଧରେ ସ୍ବର ଉଠାଇଲେ,
ମାନବ ପ୍ରାଣ ରେ ସେ ଯେ ହସ ଫୁଟାଇଲେ ।
କବିଙ୍କ ମଧ୍ୟରେ ତାଙ୍କ ତୁଳନା ଯେ ନାହିଁ,
ତାଙ୍କ ପରି ସନ୍ଥ କବି ନ ଥିବେ ଯେ କାହିଁ ।
ହିନ୍ଦୀ ରେ କବୀରଦାସ ଓଡ଼ିଆ ରେ ଭୀମ ଭୋଇ,
ଉଭୟଙ୍କୁ ଗୁରୁ ରୂପେ ମୁଁ ଯେ ସର୍ବଦା ସେବଇ ।
ପ୍ରାଣୀଙ୍କର ଦୁଃଖ ସିଏ ସହି ନ ପାରିଲେ,
ନର୍କେ ଠେଲି ଦେଇ ନିଜ ପ୍ରାଣ ଯେ ହାରିଲେ ।
ଖଲିଆପାଲି ରେ ସେ ଯେ ସମାଧିସ୍ଥ ହେଲେ,
ମାନବବାଦର ସିଏ ବାର୍ତ୍ତା ସର୍ବେ ଦେଲେ ।