STORYMIRROR

Nihar Ranjan Acharya

Tragedy Crime

4  

Nihar Ranjan Acharya

Tragedy Crime

ସନ୍ତାନର ଖେଦ

ସନ୍ତାନର ଖେଦ

1 min
420


ସମାଜରେ ଯଦି ବଞ୍ଚିବାର ଇଛା 

ଥିଲା ତୁମ ମନରେ, 

କେଉଁ ଦୋଷେ ମୋତେ ଛାଡ଼ି ଚାଲିଗଲ 

କିଆ-ବୁଦା ମୂଳରେ ?


ତମ ଖୁସି ପାଇଁ ଜନ୍ମ କରି ମୋତେ 

ଫିଙ୍ଗି ଦେଲ ବନରେ,

ମିଛ ଆଶ୍ବାସନା ଦେଇ ଠକି ଦେଲ  

ଘୃଣ୍ୟ-ଚିନ୍ତା-ମନରେ। 


ବଡ଼ ହୋଇ ଦିନେ ସୁଝିଥା'ନ୍ତି ତୁମ 

ଋଣ ମୋ' ଜୀବନରେ, 

ସମାଜରେ ମୋତେ ଠିଆ କରିଲନି  

କେଉଁ ଅଧିକାରରେ ? 


ଦେଖିଥା'ନ୍ତ ବାପାଙ୍କୁ ପଚାରିଥା'ନ୍ତି 

ଦିନେ ତୁମ ଆଗରେ, 

କେଉଁ ଦୋଷେ ଛାଡ଼ି ଗଲେ ସେ ତୁମକୁ  

ଆଉ କେଉଁ ସ୍ବାର୍ଥରେ ? 


ନିଜେ ବଞ୍ଚି ମୋତେ ଛାଡ଼ି ଦେଇ ଗଲ 

ମରଣର ମୁହଁରେ, 

ବୃଥା କାନ୍ଦଣା କାନ୍ଦୁଛ କାହିଁକି ଯେ 

ଆଜି ଏହି ବେଳାରେ ?


Rate this content
Log in

Similar oriya poem from Tragedy