ସନ୍ତାନ
ସନ୍ତାନ
ପିତାମାତାଙ୍କର କୋଳପୂର୍ଣ୍ଣ କରି
ଜନମ ନିଏ ସନ୍ତାନ
ସନ୍ତାନ ବିହୁନେ ଜୀବନ ଲାଗଇ
ଅପୂର୍ଣ୍ଣ ଓ ମୂଲ୍ୟହୀନ ।୧
ତା ପାଇଁ ବଢଇ ସଂସାର ଆଗକୁ
ସେପରା କୁଳ ନନ୍ଦନ
ତାଙ୍କରି ହସରେ ପୂରି ଉଠେଘର
ମନେହୁଏ ନନ୍ଦନବନ ।୨
ଜୀବନେ ଆଶା ଭରସା ବଢାଏ
ଅନ୍ଧର ଲଉଡି ସମାନ
ତାପାଇଁ ମଣିଷ ସପନ ଦେଖଇ
ସନ୍ତାନ ପୂନେଇ ଜହ୍ନ ।୩
ପୁଅ ହେଉଅବା ହେଇଥାଉ କନ୍ୟା
କରନାହିଁ ଭେଦଭାବ
ପୁଅଟେ ଘରର ସମ୍ପତି ହୋଇଲେ
କନ୍ୟା ଦାନ ଦୂର୍ଲଭ ।୪
ସନ୍ତାନ ଯେବେ ଯୋଗ୍ୟ ହୋଇବ ଧନ
ଲୋଡାନାହିଁ ସଂଚିବାର
ଅଯୋଗ୍ୟ ସନ୍ତାନ କୁଳାଙ୍ଗାର ଅଟେ
ଶିଖାଅ ତାକୁ ସଂସ୍କାର ।୫
ଜୀବନର ସବୁକିଛି ଜଳାଞ୍ଜଳି
ଦେଇ ପିତାମାତାଗଣ
ଗଢନ୍ତି ଦାୟାଦ ମାନଙ୍କୁ ସମାଜରେ
ହୋଇବେ ମାନ୍ୟଗଣ୍ୟ ।୬
ସନ୍ତାନ ବିନା ଘରଲାଗେ ଶୂନ୍ୟ
ନିଦାଘର ପଥସମ
ସନ୍ତାନର ବି ପରିବାର ପ୍ରତି
ରହିଛି କର୍ତ୍ତବ୍ୟ କର୍ମ।୭
ଗାନ୍ଧୀ ଗୋପବନ୍ଧୁ ବିବେକାନନ୍ଦ
ବିଦ୍ୟାସାଗର ଉତ୍ତମ
ନାମରଖି ଯାଇଛନ୍ତି ଧରାରେ ମାନି
ପିତାମାତା କଥାମାନ ।୮
ସନ୍ତାନଗଣ ସଚେତନ ହୁଅରେ
ଦେଶ ଜାତି ମାତାପିତା
ସମ୍ମାନ ପାଇଁକି ତତ୍ପର ହୋଇ
ଭଲକାମ କରିଯିବା ।
ପିତାମାତା ପରା ଚଳନ୍ତି ଠାକୁର
ତାଙ୍କୁ କରନା ହତାଦର
ତାଙ୍କ ଋଣ ସୁଝିବାକୁ ସନ୍ତାନ ନିଏ
ଜନମ ବାରବାର ।