Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟ ବାବା ଆଖଣ୍ଡଳମଣି

ଜୟ ବାବା ଆଖଣ୍ଡଳମଣି

1 min
118



ଜୟ ଜୟ ଜୟ ବାବା ଆଖଣ୍ଡଳମଣି

ନମସ୍ତେ ମହା ମହିମ ପ୍ରଭୁ ଶୂଳପାଣି ll


ନମସ୍ତେ ନମସ୍ତେ ପ୍ରଭୁ କଇଳାଶ ପତି

ଉତ୍କଳରେ ଆସି ପ୍ରଭୁ ଥାପିଲ ବସତି ll


ନମସ୍ତେ ନମସ୍ତେ ପ୍ରଭୁ ହିମବନ୍ତୀ ବର

ଆରଡ଼ିଗ୍ରାମରେ ବିଜେ ସୁନ୍ଦର ମନ୍ଦିର ll


ଉତ୍କଳରଗଙ୍ଗା ପୂତ ବୈତରଣୀ କୁଳେ

ସମର ସିଂହ ଅପୁର୍ବ କୀର୍ତ୍ତି ରଖିଗଲେ ll


ମଣିକ୍ଷେତ୍ରରେ ତୁମ୍ଭର ଗାରଡ଼ି ନ ଥାଏ

ଦୁଃସହ ଦୁର୍ଗତିମାନ ନାମେ ଉଡ଼ିଯାଏ ll


ନମସ୍ତେ ନମସ୍ତେ ନମଃ ପ୍ରଭୂ ପଞ୍ଚାନନ

ସାକ୍ଷାତେ ଅମୃତ ଅଟେ ତବ ଘରଷଣ ll


ଅନ୍ଧେ ଲଭନ୍ତି ନୟନ, ଅପୁତ୍ରିକେ ବଳା

ନମସ୍ତେ ନମସ୍ତେ ଦେବ ପଞ୍ଚଶରଜଳା ll


ନମସ୍ତେ ନମସ୍ତେ ପ୍ରଭୁ ନମସ୍ତେ ପିନାକି

ଅକର୍ମ କର୍ମ ଦାୟକ ! ଡାକି ଗଲି ଥକି ll


ନମସ୍ତେ ଅହି ଭୂଷଣେ ଶମଶାନ ବାସୀ

ହର ହର ମହାଦେବ ନାମ ହୁଏ ଘୋଷି ll


ନମୋନମ ଆଶୁତୋଷ ନମସ୍ତେ ଶଙ୍କର

ମଙ୍ଗଳମୟ ଦେବଙ୍କୁ କୋଟି ନମସ୍କାର ll

     


Rate this content
Log in

Similar oriya poem from Inspirational