Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Inspirational

3  

Pravatirani Mohanty

Inspirational

ଗୀତାଞ୍ଜଳି ଅପାଙ୍କ ପାଇ

ଗୀତାଞ୍ଜଳି ଅପାଙ୍କ ପାଇ

1 min
195



ସେବାକୁ ଜୀବନ ବ୍ରତ ଆଚରି

ଜୀବନ ପଥେ ଚାଲୁଛ

ଓଲଟାଇ ଦେଖ ସେବା ବାସେ ପରା

ଅନୁଭବ କରି ଅଛ

କହିବା କରିବା ଭିତରେ ହିଁ ଅପା

ଅନେକ ପାର୍ଥକ୍ୟ ଥାଏ

ଜୀବନକୁ ତୁମେ ବୁଝି ପାରିଅଛ

ଏ ମୋର ଅନ୍ତର କହେ

ଜଳାଇ ଦେଇଛ ହୃଦୟ ରେ ତୁମେ

ସାଧନର ମହାଦୀପ

ହିସାବ ରଖିନ ପଛକୁ ଚାହିଁନ

 କେତେ ପୁଣ୍ୟ କେତେ ପାପ

ପଙ୍କରୁ  ତୋଳିଛ ପଦ୍ମ ଫୁଲ ଟିଏ

ସାଉଁଟିଛ ବଣମଲ୍ଲୀ 

ଅନ୍ତରେ ଭରିଛ କେତେ ସ୍ନେହ ଶ୍ରଦ୍ଧା

ପାରିବିନି ଅପାଭୁଲି

ସରଳ ଅନ୍ତରେ ବୁଝିଅଛ ଅପା

ଦୁଃଖ ବେଦନାର କଥା

ଦେଇଛ ସାହସ ଶକତି ହୃଦୟେ

ପୋଛି ଦେଇ ମାନୁ ବ୍ୟଥା

ସାହିତ୍ୟ ସାଧନା ପଥରେ ଗୁନ୍ଥିଛ

ହିର ନୀଳା ମୋତି ମାଳ 

ଜୀବନର ସେବା ସାହିତ୍ୟ ସାଧନା

ବ୍ରତ ଆଚରିଛ ମୂଳ

ଅନେକ ସଂଘର୍ଷ ପୂର୍ଣ୍ଣ ଜୀବନରେ

ଲେଖନୀରେ ଶୁଭ ବାର୍ତ୍ତା

ଚାଲୁଛ ଆଗକୁ ଚାଲୁଥାଅ ଅପା

ସାଧନା ର ଜୟ ଯାତ୍ରା ।


Rate this content
Log in

Similar oriya poem from Inspirational