ଅଳପ
ଅଳପ
ଭକତି କରେ ଯେ ଅଳପ ସୁଖ
କୃଷ୍ଣ ନାମ ଧର ଅଳପ ଦୁଖ
ଅଳପ ପ୍ରି ତି ରେ କଳପ ଶାନ୍ତି
ରାଧାନାମ ରଶେ ଅଳ୍ପ ଭିତି ।
ପଂଚୁକ ସକାଳେ ଅଳ୍ପ ଉଷୁମ
ଗାଧୋଇ ଭଜ ହେଅଳ୍ପ ତା ନାମ
ଅଳପ ଭଜିଲେ ପ୍ରବଳ ଆସେ
ଭକତ ଅଳପ ବିରୋଧ ଭାଷେ ।
ଅଳପ ଗାୟିକା ଅଟନ୍ତି ସତୀ
ଚଂଦାମୁଣ୍ଡିଆ ଅଳ୍ପ ଦରିଦ୍ର ହ୍ବନ୍ତି
ଧନବନ୍ତ ଅଳ୍ପ ବିନୟୀ ଥାନ୍ତି
ଦାନ୍ତୁରା ଅଳପ ମୁ୍ର୍ଖ ବୋଲାନ୍ତି ।
ଏକ ଆଖିଆ ଅଳ୍ପ ହୁଅନ୍ତି ସନ୍ଥ
ବ୍ୟବସାୟୀ କହେ ଅଳପ ସତ୍ୟ
କରଣ ନୁହଁଇ ଅଳ୍ପ ବୁଧିଆ
ରାଜନିତିଆ ଅଳ୍ପ ସଜ୍ଜନ ଛୁଆ ।
ବିଟପି ର ଥାଏ ଅଳ୍ପ ପବିତ୍ରତା
ବି୍ଦ୍ୟାରତ ପାଏ ଅଳ୍ପ ବିଫଳତା
ଗୁଣବାନ ଅଳ୍ପ ବଂଚେ ବହୁଦିନ
ଜଳ ବିହୁନେ ଅଳ୍ପ ବଂଚଇ ମିନ ।
ଉଦାର ମଧ୍ୟେ ଅଳପ ଧନୀ
ସମଗ୍ର ଦେଶେ ଅଳପ ଗ୍ୟାନୀ
ପଣ୍ଡିତ ଅଥେ ଅଳ୍ପ ଗର୍ବହିନ
ଦାତା କରେ ଅଳ୍ପ ବିନମ୍ର ଗୁଣ ।
ସଂଯମୀ ମାନବ ର ଅଳପ ସୁଖ
ସତ୍ୟ ପାଶରେ ଥାଏ ଅଳ୍ପଦୁଖ
ପରଧନ ଆଣେ ଅଳପ ଭୋଗ
ଇର୍ଷାଳୁ ର ଅଳ୍ପ ପୋଷଣ ଦୁଖ ।
ନିଇତି ଅଳପ ବୋଲ ହେ ହରି
ଅଳପ ବୋଲିଲେ ହେବୁ ତୁ ପାରି
ଅଳପ ର ଅଟେ କଳପ ସ୍ବପ୍ନ
ସପନ ନ ହୁଏ ବି ଅଳ୍ପ ପୁରଣ ।