ଛନ୍ଦମନ୍ଦ ଭାବନା ମେଣ୍ଟାଏନି ଶୋଷ
ଛନ୍ଦମନ୍ଦ ଭାବନା ମେଣ୍ଟାଏନି ଶୋଷ


ଉତ୍ତମ ମନ ଉତ୍ତମ ବିଚାର ମମତା
ରଜ୍ଜୁରେ ସମସ୍ତଙ୍କୁ ଯଦି ବାନ୍ଧି ପାରିବ
ସଦା ଦେଇ ଚିତ୍ତ ଉଲ୍ଲସିତ ମନରେ
କର୍ମରେ ଅଭ୍ୟସ୍ତ ରହିଲେ ଶାନ୍ତି ମିଳିବ ।୧।
ପ୍ରବଳ ଲାଳସା ବୃଥା ପ୍ରଶଂସା
ଚାଟୁକାର ଭାଷା ସର୍ବଦା ଯନ୍ତ୍ରଣାର ପଥ
ଦର୍ପ ଗର୍ବ ଅହଂଯକାର ହିଂସାର ବହ୍ନିରେ
ଜଳିଲେ ପ୍ରାଣ ହୁଏ ସନ୍ତାପିତ ।୨।
ଜୀବନର ରାସ୍ତା ଆଗକୁ ରହିଛି ଏକା
ଏକା ଚାଲିବାକୁ ସମସ୍ତେ ତ ଅଙ୍ଗୀକାର
ଜୀବନ ନଈରେ ବlହିବାକୁ ନାଆ ଧୈର୍ଯ୍ୟ
ସାହସ ଅଟେ ପୁଞ୍ଜି ମଣିଷର ।୩।
ଓଠରେ ମଧୁର ଭାଷା ଅନ୍ତରରେ ହଳାହଳ
ବିଷ କରିବାକୁ ଅନ୍ୟର ସର୍ବନାଶ
ସେଇ ଛନ୍ଦମନ୍ଦ ଭାବନାରେ ମନକୁ ଭରିଲେ
ମେଣ୍ଟେନାହିଁ କେବେ ମଣିଷର ଶୋଷ ।୪।
ଜାଣ ସମସ୍ତେ କରି ସୀତାକୁ ହରଣ ରାବଣ
ଶାସନର କଳଙ୍କିତ ଯୁଗ ସୃଷ୍ଟି କଲା
ଦିନ ରାତି ଖାଲି ହୋଇ ହନ୍ତ ସନ୍ତ କେବଳ
ସ୍ୱର୍ଣ୍ଣପୁରୀ ଲଙ୍କା ରାଜ୍ୟକୁ ଧ୍ଵଂସ କଲା ।୫।