STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ପବିତ୍ର ପରବ

ପବିତ୍ର ପରବ

1 min
149

ଉତ୍କଳ ଦିବସ 

ପବିତ୍ର ପରବ 

ସବୁ ଉତ୍କଳୀୟ ପାଇଁ

ଆସ୍ଥା ବିଶ୍ୱାସ ରେ

ଅତି ଆନନ୍ଦରେ

ରହିଛୁ ଏକାଠି ହୋଇ।


ମହା ମାନବ ସେ 

ଯାହାଙ୍କ ଚେଷ୍ଟା ରେ

ଓଡ଼ିଶା ସ୍ୱତନ୍ତ୍ର ହେଲା

ବନ୍ଦନା କରିବା

ନମନ କରିବା

ଆଜି ଏପ୍ରିଲ ପହିଲା।


ଓଡ଼ିଆ କହିବା

ଓଡ଼ିଆ ପଢିବା

ଗର୍ବରେ ଭୂଷିତ ହେବା 

ମଧୁ ବାରିଷ୍ଟର

ଗୋପବନ୍ଧୁ ଙ୍କର

ସ୍ୱପ୍ନ ସାର୍ଥକ କରିବା।


ରାଜ୍ୟର ଊନ୍ନତି

ଭାଷାର ପ୍ରଗତି

କରିବା ଶପଥ ନେଇ

କଳା ସଂସ୍କୃତି ରେ

ଉତ୍କର୍ଷ ଉତ୍କଳ

ଦାଇତ୍ଵ ଭୂଲିବା ନାହିଁ।


ଥାଊ ଯେତେ ଭାଷା 

ଶ୍ରେଷ୍ଠ ମାତୃଭାଷା

ମା ମାଟି ଏ ଉତ୍କଳ

ଯା ପାଣି ପଵନ

ଦେଇଛି ଜୀବନ

ସ୍ନେହ ପ୍ରେମ ଛଳଛଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational