ଅଶ୍ରୁ
ଅଶ୍ରୁ
କିଏ କହେ,
ଅଶ୍ରୁ ର ରଂଗ ନାହିଁ,
କେବଳ ଦୁଇଧାର ପାଣି,
ଶବ୍ଦ ନାହିଁ,
ଯିଏ ଦେବ ଅଶ୍ରୁ ର ରଂଗ ବଖାଣି।
ମଣିଷ ନୂତନ କରି ଦୁନିଆ କୁ ଆସିଲେ ବହେ ଅଶ୍ରୁ,
ନୂତନତା ର ଅଶ୍ରୁ।
ପିଲାଟି ଟିକିଏ ହେଲେ ବଡ, ଆରମ୍ଭ ହୁଏ ଜିଦ୍, ବହେ ଅଶ୍ରୁ,
ଜିଦ୍ଖୋର ଅଶ୍ରୁ।
ଧୀରେ ଧାରେ ମାଡ ଗାଳି ବର୍ଷଣ ହୁଏ,
ବହିଯାଏ ଦୁଃଖ ର ଅଶ୍ରୁ।
ଯଦି ଶୈଶବରେ ମନଲାଖି ଚାକିରି ଟିଏ ମିଳେନି,
ବହିଯାଏ ବିଫଳତା ର ଅଶ୍ରୁ।,,
ଝିଅଟିଏ ଯେବେ ବାହା ହୁଏ, ସଭିନ୍କ ଆଖି ରୁ ବାହାରେ ଅଶ୍ରୁ,
ବିରହର ଅଶ୍ରୁ।
ମାତ୍ରୁତ୍ବ ଲଭିବା ଆଗରୁ ବାହାରେ ଅଶ୍ରୁ,
ପ୍ରସବ ବେଦନା ଅଶ୍ରୁ।
ମାଆଟି ନିଜ ପିଲକୁ ପ୍ରଥମ କରି ବକ୍ଷରେ ଧରିଲେ, ବାହାରିଯାଏ ମାତ୍ରୁତ୍ବ ର ଅଶ୍ରୁ।
ମାତ୍ରୁତ୍ବ ଲାଭ ପରେ ନାରୀ ନିଜକୁ ସଂପୂର୍ଣ୍ଣ ମନେକରେ,
ବାହାରେ ସଂପୂର୍ଣ୍ଣତାର ଅଶ୍ରୁ।
ଯେତେବେଳେ ମନୁଷ୍ଯ କଳ୍ପନାତୀତ ଆନନ୍ଦ ଅନୁଭବ କରେ,
ବାହାରେ ଅଶ
୍ରୁ, ଆନନ୍ଦାଶ୍ରୁ।
ନୀର୍ଯ୍ୟାତୀତ ହୋଲେ ବାହାରେ ଅଶ୍ରୁ,
ବେଦନାଗ୍ରସ୍ତ।
କୌଣସି ଏକ ଭୁଲ କାମ ପାଇଁ ଯେବେ ହୁଏ ପଶ୍ଚ୍ୟାତାପ,
ବହିଯାଏ ପଶ୍ଚ୍ୟାତାପ ର ଅଶ୍ରୁ।
ବେଳେ ବେଳେ ସମାଜରେ ବେଦନା ହୋଲେ ଅସହ୍ୟ, ବାହାରେ ଅଶ୍ରୁ,
ସାମାଜିକତାର ଅଶ୍ରୁ ।
ଅନ୍ୟର କଷ୍ଟ ଦେଖିଲେ ,ଦୟା ଲାଆଖି ଲୁହ ଆସେ,
ଦୟାର ଅଶ୍ରୁ, ମାନବିକତାର ଅଶ୍ରୁ।
ନିଜର କେହି ଆତ୍ମୀୟସ୍ବଜନ ଚାଲିଗଲେ,
ବାହାରିଯାଏ ବିରହର ଅଶ୍ରୁ।
ପାଖପଡୋଶୀ କି ଚିନ୍ହାରରିଚୟ ପରିବାର କୁ ଭେଟିଲେ ବାହାରେ ଅଶ୍ରୁ,
ସମବେଦନା ର ଅଶ୍ରୁ।
ବାର୍ଦ୍ଧକ୍ଯ କାଳରେ ସନ୍ତାନ ହତାଦର କଲେ, ହେୟଗ୍ୟାନ ପରିଲକ୍ଷିତ ହୁଏ,
ବହିଥାଏ ଅବହେଳା ର ଅଶ୍ରୁ।
ଶେଷରେ,
ଶେଷରେ, ଇହଲୋକେ ତ୍ୟାଗକଲେ ,
ବାହରେ ଦୁଇଧାର ଅଶ୍ରୁ,ମୁକ୍ତିର ଅଶ୍ରୁ ।
ଭାରି ମୂଲ୍ୟବାନ ଅଶ୍ରୁ ର ସେହିଦୁଇ ଧାର ,
ଯେହାକି ଜୀବନର ସବୁ ଅଶ୍ରୁ ର ସମାହାର।