ଜୟ ପବନ ତନୟ
ଜୟ ପବନ ତନୟ
ଜୟ ଜୟ ହନୁମାନ ଜୟ ରାମ ଦୂତ l
ଅଦ୍ଭୁତକାର୍ଯ୍ୟ କରଣେ ସର୍ବଦା ସମର୍ଥ ll
ଅତୁଳିତ ବଳ ଧାମ ପ୍ରଭୁ ଆଞ୍ଜନେୟ l
ସୁରଙ୍ଗ ରଙ୍ଗ ଶରୀର ପିତା ଗନ୍ଧବହ ll
ପ୍ରଭୁନାମ ଧରି ବୀର ଲଙ୍ଘି ଘୋର ସିନ୍ଧୁ l
ସୀତା ଠାବକଲ ବିଭୀଷଣେ କଲ ବନ୍ଧୁ ll
ଜାନକୀଙ୍କୁ ଦେଇ ପ୍ରଭୁ ସୁବର୍ଣ୍ଣ ମୁଦ୍ରିକା l
ପୁଛ ବୈଶ୍ୱାନରେ ଜଳାଇଲ ସ୍ୱର୍ଣ୍ଣଲଙ୍କା ll
ଲଙ୍କାରେ ଅସୁର ମାନେ ପର୍ବତ ଆକାର l
ପରବତ ମାରି ଦୈତ୍ୟ ଶିର କଲ ଚୁର ll
ହରଷରେ ବରଦେଲେ ଶ୍ରୀଜାନକୀ ମାତା l
ବୋଲାଇଲ ଅଷ୍ଟ ସିଦ୍ଧି ନବ ନିଧି ଦାତା ll
ନିକୁମ୍ଭିଲା ଯଜ୍ଞ ଭାଙ୍ଗି ଇନ୍ଦ୍ରଜିତେ ମାରି l
ସଂହାରିଲ ଶ୍ରୀରାମଙ୍କ ଦୁର୍ଦ୍ଧର୍ଷ ବଇରୀ ll
ବଇରୀ ଗଞ୍ଜନ ସୁମରିଲେ ତୁମ୍ଭ ନାମ l
ସର୍ବ ବିଘ୍ନ ଦୂରେ ଥାଏ ମାରୁତି ନନ୍ଦନ ll
ଗନ୍ଧମାର୍ଦ୍ଦନ ଉତ୍ପାଟି ସଞ୍ଜିବନୀ ଆଣି l
ଜିଆଇଲ ଲକ୍ଷ୍ମଣଙ୍କୁ ନପାହୁଁ ରଜନୀ ll
ଚିରଞ୍ଜୀବି ବରଦେଲେ ପ୍ରଭୁ ରଘୁବୀର l
ଶ୍ରୀରାମନାମ ସହିତେ ତୁମ୍ଭେ ଅଜ୍ରାମର ll
ଜୟ ପବନ ତନୟ ଜୟ ଦେବ ନାହା l
ପାବନ ପଦେ ଶରଣ ଆହେ ବଜ୍ରବାହା ll