STORYMIRROR

Sambit Srikumar

Inspirational

4.0  

Sambit Srikumar

Inspirational

ପ୍ରଣୟୀ

ପ୍ରଣୟୀ

1 min
165



ମୁଁ ପ୍ରଣୟ ପ୍ରତ୍ୟାଶୀ

ମୃଦୁ ମଳୟ ପବନ

ତୁମ୍ଭେ ହୃଦୟ ବିହୀନା

ତୀବ୍ର ପ୍ରଳୟ କମ୍ପନ।

ମୁଁ ଅପେକ୍ଷାମାଣ ଚାତକ 

ରହିଅଛି ଚାହିଁ ତୁମ୍ଭ ଚଲାପଥ 

ତୁମ୍ଭେ ମୋହିନୀ ଶୁକ୍ରଚାପ

ନିମିଷକେ ବଦଳାଅ ରୂପ।

ତୁମ୍ଭେ ଅଦୃଷ୍ଟା ଅନାମିକା

ପ୍ରୀତି ରଙ୍କୁଣୀ ନାୟିକା 

ମୁଁ ତୁମ୍ଭ ପ୍ରୀତିରେ ବିଭୋର 

ପ୍ରଣୟୀ ରସିକ ନାଗର।

ତୁମ୍ଭେ କାମନାର ଦୁର୍ବାର 

ଲେଲିହାନ ଅଗ୍ନିଶିଖା 

ମୁହିଁ ଯେ ବିବଶ ପତଙ୍ଗ 

ଆଦରେ ଆପଣା ଯବନିକା।

ତୁମ୍ଭ ପ୍ରୀତିରେ ପ୍ରତ୍ଯାଶା

ମୋର ନିରର୍ଥକ ଆଶା 

ତୁମ୍ଭେ ମରୁ ମରୁଚିକା 

ମୁହିଁ ଅନିର୍ବାଣ ତୃଷ୍ଣା।



Rate this content
Log in