ଏଇ ପ୍ରକୃତି କୋଳେ
ଏଇ ପ୍ରକୃତି କୋଳେ
ପାହାଡ଼ ଏଠି ମୁରୁକି ହସେ
ଝରଣା ଗାଏ ଗୀତ
ବିହଙ୍ଗ ଉଡେ ନୀଳ ଆକାଶେ
ହସେ ସବୁଜ କ୍ଷେତ ll
ସାଗର ପାଶେ ମନ ହରଷେ
ସରିତ ଯାଏ ବହି
ଶ୍ୟାମଳ ତରୁ ଗହଳ ଲତା
ପରାଣ ନିଏ ମୋହି ll
ସୁନ୍ଦର ଏଇ ନୀଳ ଆକାଶ
ସୁନ୍ଦର ଏଇ ଧରା
ସୁନ୍ଦର ଏଇ ପ୍ରକୃତି ରାଣୀ
ଫୁଲ ଫଳରେ ଭରା ll
ପର୍ବତ ଏଠି ବଖାଣେ ନିତି
ଅତୀତ ଗାଥା ତା'ର
ସୁନ୍ଦର ତା'ର ବିରାଟ ବପୁ
ଅପୂର୍ବ ମନୋହର ll
ସବୁଜ ବନ ଗହୀର ପ
ାଟ
କେତେଯେ ଜନପଦ
ତମାଳ ତରୁ ବାଲୁକା ମରୁ
ଶାନ୍ତ ସରସୀ ହ୍ରଦ ll
ପାହାଡ଼ ଚୂଡ଼ା ମନ୍ଦିର ବେଢା
ବାଳ ସୂରୁଜ କର
ପ୍ରକୃତି ରାଣୀ ପୂରୁବ ଦିଗେ
ସଜାଏ ଗଭା ତା'ର ll
ବାରୁଣୀ ଦିଗେ ଉଦିତ ଭାନୁ
ଯାଆନ୍ତି ପୁଣି ଅସ୍ତ
ଗୋଧୂଳି ଅନ୍ତେ ପ୍ରକୃତି କୋଳେ
ଯାମିନୀ କରେ ଗ୍ରସ୍ତ ll
ସୁନ୍ଦର ଏଇ ମାଟି ମା' କୋଳ
ଶାକ ତଣ୍ଡୁଳେ ଭରା
ତାହାରି ପାଣି ପବନେ ଗଢ଼ା
ଜୀବନ ଆମ ପରା ll