STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

କାହିଁକି କାନ୍ଦିବି ପ୍ରଭୁ ହେ

କାହିଁକି କାନ୍ଦିବି ପ୍ରଭୁ ହେ

1 min
158

   ତୁମେ ଥାଉଁ ଥାଉଁ ମୁଁ 

     କାହିଁକି କାନ୍ଦିବି ପ୍ରଭୁ ହେ... 

ଯଶ ତୁମ ଧୋଇଯିବ  

      ମୋ ଦୁଇ ଆଖିର ଲୁହେ...

କାହିଁକି କାନ୍ଦିବି ପ୍ରଭୁ ହେ... (ଘୋଷା) 


ତୁମ ଭରସା ବିଶ୍ଵାସ 

     ହୃଦେ ମୋ କରିଛି ବାସ  

ମୁଖେ ଦେଇ ମଧୁ ଭାଷ 

      ଓଠରେ ଭରିଛ ହସ। 

ତୁମେ ଥାଉଁ ଥାଉଁ ମୁଁ ... 


ଦେଇଛ ଆଲୋକ ତୁମେ 

      ଏ ସମଗ୍ର ଧରାଧାମେ 

ଦେଖୁଛି ମୁଁ ମୋ ନୟନେ 

      ସବୁ ତ ତୁମରି ନାମେ। 

ତୁମେ ଥାଉଁ ଥାଉଁ ମୁଁ ... 


ମୋତେ ଦେଇଛ ଜନମ 

       କରିବାକୁ ସୁକରମ  

କଲେ କିଛି ବ୍ୟତିକ୍ରମ 

      ହେବ ତୁମ ବଦନାମ। 

ତୁମେ ଥାଉଁ ଥାଉଁ ମୁଁ ... 


ଏ ଜୀବନ ତୁମ ଦାନ 

       କରିବିନି ଅପମାନ  

ଯେମିତି ଯାଉ ମୋ ଦିନ 

      ସେ ତୁମ ମାନ ସମ୍ମାନ। 

ତୁମେ ଥାଉଁ ଥାଉଁ ମୁଁ ...


ଦୁଆରେ ଉଭା ତୁମର 

       ଅଛି ଅକ୍ଷୟ ଭଣ୍ଡାର  

ଆଉ କିବା ଦରକାର 

      ହେ ପ୍ରଭୁ ଦୟାସାଗର।

ତୁମେ ଥାଉଁ ଥାଉଁ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational