Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Inspirational

3  

Aishwarya Mishra

Inspirational

ଆଗକୁ ବଢା ତୋ' ପାଦ

ଆଗକୁ ବଢା ତୋ' ପାଦ

1 min
150


ରାତି ଠୁଁ ମାଗି ନେ' ସପନ କିଛି ତୁ  

ଆଖି ଠୁଁ ମାଗି ନେ' ନିଦ

ସ୍ମୃତିକୁ କହିଦେ' ଦେବ ସେ ବିରତି

ମନରେ ନ ରଖି ଖେଦ ।


ଜୀଇଁବାକୁ ଅଛି ବଳକା ଜୀବନ

ବାକିଅଛି ଅଧା ବାଟ 

ଥକା ମନ ହୋଇ ବସିଗଲେ ତୁହି

ଦୂର କି ହୋଇବ କଷ୍ଟ ..!


ଏ ସମୟ ଅଟେ ଅବିରତ ଧାରା 

କ୍ଷଣେ କ୍ଷଣେ କ୍ଷଣସ୍ଥାୟୀ

ଦୁଃଖ-ସୁଖ ସବୁ ଅଳିକ ଜଞ୍ଜାଳ 

ଆଜି ଅଛି କାଲି ନାହିଁ।


ଗହନ ବନର ଅମାପ ଅନ୍ଧାର

ରୋକିପାରେ କି ଆଲୋକ..?

ରାତି ପରେ ନିଶ୍ଚେ ସକାଳ ଆସିବ

ନ କର ହୃଦେ-ବିଳାପ ।


ଅନ୍ଧାର ଯେତିକି ଆଲୋକ ସେତିକି

ଏଇ ଜୀବନର ପଥ

ନିଜ ଲକ୍ଷ୍ୟରେ ତୁ ହୋଇଣ ଅଟଳ 

ଆଗକୁ ବଢା ତୋ' ପାଦ ।


Rate this content
Log in

Similar oriya poem from Inspirational