STORYMIRROR

Aishwarya Mishra

Inspirational

3  

Aishwarya Mishra

Inspirational

କଳା ମାଣିକ

କଳା ମାଣିକ

1 min
266


କଳା ମାଣିକ ମୋ କଳା ମାଣିକ 

ରତ୍ନ ସିଂହାସନେ ଖୁସି ଅଛୁ ବୋଲି 

ଭୁଲିଗଲୁ କିବା ଭକତ ଡ଼ାକ ?


କଳା ମାଣିକ ମୋ କଳା ମାଣିକ 

ତୁ ପରା ସେହି ଗୋପର କହ୍ନେଇ 

ଗିରିବର ତୋଳା ରାଧିକା-ଈଶ  


କଳା ମାଣିକ ମୋ କଳା ମାଣିକ 

ତୋ ପାଇଁ ଖଞ୍ଜା ଯେ ଷାଠିଏ ପଉଟି 

ମୋତେ ମିଳେ ନାହିଁ ଅନ୍ନ ଗଣ୍ଡାକ !


କଳା ମାଣିକ ମୋ କଳା ମାଣିକ 

ଝୁରି ଝୁରି ତୋତେ ଶୁଖିଗଲା ଲୁହ

କାହିଁକି ବିମୁଖ କଳା-ଶ୍ରୀମୁଖ !


କଳା ମାଣିକ ମୋ କଳା ମାଣିକ 

ମୋତେ କନ୍ଦାଇ ତୁ କି ଲାଭ ପାଇଲୁ 

କହିବୁ ଥରେ କି ଜଗତ ନାଥ !


କଳା ମାଣିକ ମୋ କଳା ମାଣିକ 

ନନ୍ଦିଘୋଷ ଠିଆ ତୋ' ବଡ଼ ଦାଣ୍ଡରେ

ମୋ ପାଇଁ ଆଣି ଦେ' ଛ' ଖଣ୍ଡ କାଠ 


କଳା ମାଣିକ ମୋ କଳା ମାଣିକ 

ତୋର ଶ୍ରୀମନ୍ଦିରେ ମୋ ସ୍ଥାନ ନାହିଁରେ

ସ୍ଵର୍ଗଦ୍ଵାରୁ କଲି ମୁଁ ଦଣ୍ଡବତ  


କଳା ମାଣିକ ମୋ କଳା ମାଣିକ   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational