ଓଡ଼ିଶା ମୋ ଘର
ଓଡ଼ିଶା ମୋ ଘର


ଜଗନ୍ନାଥ ଯାର ରକ୍ଷା କରତା
ଉତ୍କଳ ନାମ ଯାହାର
କଳାରେ ଉତ୍କର୍ଷ ଲଭିଛି ପ୍ରଦେଶ
ଯା ପାଦ ଧୁଏ ସାଗର
ସେହି ଓଡ଼ିଶା ମୋ ଘର।
କୋଣାର୍କ ଚାରୁ ଶିଳ୍ପ ଚାତୁରୀ
ବିଶ୍ୱେ ପରିଚୟ ଦିଏ
ସ୍ୱତନ୍ତ୍ର ଓଡ଼ିଆ ଗଠନ ପାଇଁ କି
ଇତିହାସ କଥା କହେ
ଭାଷା ଆଉ ବିକାଶର
ସେହି ଓଡ଼ିଶା ମୋ ଘର।
ଉତ୍କଳ ଜନନୀ ବନ୍ଦଇ ଚରଣେ
ପୁର୍ବ କୀର୍ତ୍ତି ଫେରିଆସୁ
ଅଖଣ୍ଡ ଓଡିଶା ରାଇଜେ ଓଡ଼ିଆ
ପୁଅ ସଦା ଗର୍ବେ ହସୁ
ମାତୃଭୂମି ଓଡ଼ିଆର
ସେହି ଓଡ଼ିଶା ମୋ ଘର।