ପ୍ରକୃତିର କ୍ଷୋଭ
ପ୍ରକୃତିର କ୍ଷୋଭ
ପ୍ରକୃତି ହେଉଛି
ଏ ଜୀବ ଜଗତର ଜୀବନ ରେଖା
ମାନବଜାତିର ଅଭ୍ୟୁଦୟ
କାହିଁ କେଉଁ ଅର୍ବୁଦ ଅର୍ବୁଦ କାଳରୁ
ଆଦିମତାରୁ ଆଧୁନିକତା ପର୍ଯ୍ୟନ୍ତ
ସଭ୍ୟତାର ଉତ୍ଥାନ ପତନ ଭିତରେ
ସବୁକିଛି ସଂଘଟିତ ହୋଇଚାଲିଛି ଏଇ ପ୍ରକୃତି କୋଳରେ
ସଭ୍ୟତାର ମୂକସାକ୍ଷୀ ହେଉଛି ଏଇ ପ୍ରକୃତି
ହରପ୍ପା ଓ ମହେଞ୍ଜୋଦାରୋ ବ୍ରୋଞ୍ଚ ଯୁଗୀୟ ସଭ୍ୟତା ଠାରୁ
ନୀଳ ନଦୀର ଦାନ ମିଶର ପର୍ଯ୍ୟନ୍ତ
ସବୁ କିଛି ଆଜି ଇତିହାସ
ଆଉ ଏଇ ଇତିହାସ ହେଉଛି ପ୍ରକୃତିର ମୂକସାକ୍ଷୀ
ଆଦିମତାରୁ ଆଧୁନିକତା ପର୍ଯ୍ୟନ୍ତ
ବିବର୍ତ୍ତନ ବାଦର ଅନ୍ତଃ ସ୍ୱରରେ
ପ୍ରକୃତି ଆଜି ତା'ର ପାର୍ଶ୍ୱ ପରିବର୍ତ୍ତନ କରିଚାଲିଛି
ପ୍ରକୃତିକୁ ନେଇ ବଞ୍ଚୁଥିବା ଆଦିମ ମଣିଷ 
;
ଆଜି ଆଧୁନିକତାର ଦ୍ୱାହୀ ଦେଇ ପ୍ରକୃତିକୁ ବିକୃତ କରିବାରେ ଲାଗିପଡ଼ିଛି
ପ୍ରକୃତିର ନୈସ୍ୱର୍ଗ କାନନରେ ଯେଉଁଠି ଦିନେ ଏଇ ମଣିଷ ଶାନ୍ତିରେ ନିଃଶ୍ୱାସ ମାରୁଥିଲା
ଆଜି ତା'ର ହନନ କରି ଯାବତୀୟ ସମସ୍ୟାର ଜଟିଳତା ଭିତରେ
ଏ ପ୍ରକୃତିର ଭାରସାମ୍ୟକୁ ନଷ୍ଟ କରି ତୋଳିଛି
ଆଉ ତା'ର ପ୍ରତିଫଳନ ସ୍ୱରୂପ ପ୍ରକୃତି ଆଜି ରକ୍ତ ମୁଖା
ମୃତ୍ୟୁର ତାଣ୍ଡବ ରଚୁଛି ଆଜି ଏ ପ୍ରକୃତି
ପ୍ରାକୃତିକ ବିପର୍ଯୟର ଦାବାନଳରେ ଏ ଜୀବ ଜଗତ ଆଜି ଧ୍ଵସ୍ତ ବିଧ୍ୱସ୍ତ
ମଣିଷର କୃତକର୍ମର ଫଳ ସ୍ୱରୂପ ଏ ସମଗ୍ର ମାନବଜାତି ଆଜି ବିପଦଗାମୀ
କ୍ଷୁଧା ବ୍ୟାଧି ଆଉ ଯୁଦ୍ଧର ବିଭୀଷିକା ଭିତରେ ଏ ପୃଥିବୀ ଆଜି ଭୀତତ୍ରସ୍ତ
ସବୁଠି ଖାଲି ହାହାକାର
ଆଉ ମୃତ୍ୟୁର ପଦଚିହ୍ନ l