STORYMIRROR

Swarnapriya Sahoo ❤️❤️

Inspirational

3  

Swarnapriya Sahoo ❤️❤️

Inspirational

ମୋ ମାଆ

ମୋ ମାଆ

1 min
163

ଆଃ କି ମଧୁର ଶବ୍ଦ

ହୁଏତ ତୁମେ ଶବ୍ଦକୋଷରେ ଉପଲବ୍ଧ ।


ଜାଣିନି ତୋ ନାମର ବ୍ୟାପକତା 

କିନ୍ତୁ ଜାଣିଛି ତୋ‌ ଅର୍ଥର ସାର୍ଥକତା ।


ରହିଛି ନିଶ୍ଚୟ ଦୈବୀ ସଂଯୋଗ 

ଯୁକ୍ତ ହୋଇ ତୋର ନାମରେ 

କେମିତି ଶିଶୁର ପ୍ରଥମ ଡାକ

ହୋଇଥାଏ ମା ଶବ୍ଦରେ ।


ମମତା ତୋହର ଏତେ ଯେ ଗଭୀର

ପାଏନା ମୁଁ ତା ପାଦଦେଶ 

ତୋତେ ଦେଖି ମୋ ସକାଳ ‌‌ଆରମ୍ଭ

ତୋ ଠାରେ ମୋ ରାତି‌ ଶେଷ।


ତୋ ଝିଅ ଡାକରେ ମୁଁ ପୁଲକିତ

ମୋ ମା ଡାକରେ ତୁ 

ଝିଅ ହେଲେ ମଧ୍ୟ ପୁଅଠୁ

ଅଧିକ କରି ଦେଖାଇବି ମୁଁ ।


ତୋ ମୋ ସମ୍ପର୍କ ନୁହେଁ କମ୍ ଦିନ

ଅଟେ ଯେ ସାତ ଜନ୍ମର 

କେଉଁ ସମୟରେ ଗଢିଲା ବିଧାତା

ଦେଖି ସଂଯୋଗ ତୋର ମୋର।


ଗର୍ଭରେ ମୋତେ ତୁ ୧୦ ମାସ କଲୁ ଧାରଣ 

ସାଇଙ୍କୁ ପ୍ରାର୍ଥନା ତୋ କୋଳରେ ହେଉ ମୋ ମରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational