ସେ କବି
ସେ କବି
ହେ ମୋର କବି
ଲେଖନୀ ଚାତୁରୀ ତୁମ ଅତିବ ସୁନ୍ଦର,
ଶବ୍ଦ ମାଳାରେ ତୁମେ ରବି ।
ଶବ୍ଦ ମାନଙ୍କୁ ନେଇ ଗଢ ତୁମେ
ଶବ୍ଦ ର ଏକ ପ୍ରତିମୂର୍ତ୍ତି,
ସେ ଶବ୍ଦ ର ମୂର୍ତ୍ତି ପାଠକ ମନରେ
ଭରିଥାଏ ବହୁ ପ୍ରୀତି ।
ମନରେ ସାହିତ୍ୟ ହୃଦୟେ ସାହିତ୍ୟ
ସାହିତ୍ୟ ତୁମରି ସାହା,
ସେ ସାହିତ୍ୟ କୁ ପାଥେେୟ କରି
ପାଅ ବଞ୍ଚିିିିବାର ରାହା ।
