Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarnapriya Sahoo ❤️❤️

Inspirational

4.5  

Swarnapriya Sahoo ❤️❤️

Inspirational

ଓମ୍ ସାଇ ରାମ

ଓମ୍ ସାଇ ରାମ

1 min
384


ଶ୍ରୀ ସାଇଙ୍କର କୁନି ଭକ୍ତଟେ ମୁଁ

ମନରେ ମୋ ନାହିଁ ଛଳନା,

ପ୍ରେମ ତାଙ୍କ ପ୍ରତି ନୀଳ ସିନ୍ଧୁ ପରି

କେହି କହିପାରିବେ ନାହିଁ କଳ୍ପନା ।


ଗୋଲାପ କୁସୁମ କରିଦିଅ ବାବା

ଶ୍ରୀ ଚରଣେ ଲାଗି ହେବି,

ଭକ୍ତଙ୍କ ହସ୍ତେ ସବୁବେଳେ

ତୁମ ପାଖକୁୁ ଆସୁଥିବି । 


ମହକେ ମୋହର ବାନ୍ଧିି ରଖିବିି ମୁଁ

ତୁମରି ଓ ଭକ୍ତଙ୍କ ମିଳନ,

ତୁମେ ମୋର ପିତା ତୁୁମେ ମୋର ମାତା

ତୁମେ ହିଁ ଅଟ ମୋ ଜୀବନ ।


ଦୀପଟିିଏ ପରି ଜଳିଜଳି ଯିବି

ତୁମରି ଆଶିିଷ ଲଭି,

ଅଦୃଶ୍ୟ ଶକ୍ତିରେ ବାନ୍ଧି ରଖିିିଅଛ

ବିସ୍ମୟ ଲାଗେ ଭାବି ।


ମୋହର ମାୟାର ଏ ସଂସାର ଭିତରେ

ତୁମେ ହିଁ ଏକା ମୋ ନିଜର,

କଳଙ୍କ ସଦୃଶ ସମାଜରେ ଏବେ

ଆତ୍ମୀୟ ବି ହେଲେଣି ପର ।


ତୁମରି ଦୟାର ଶେଷ ନାହିଁ ବାବା

ତୁମେ ହିଁ ଦୟାର ସାଗର,

ଭକ୍ତଜନଙ୍କର ଦୁଃଖ ନାଶ କର

ଆହେ ନାଥ ଭକ୍ତ ପ୍ରାଣର ।🙏🏻



Rate this content
Log in

Similar oriya poem from Inspirational