Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarnapriya Sahoo ❤️❤️

Fantasy

4.5  

Swarnapriya Sahoo ❤️❤️

Fantasy

ଫଗୁଣକୁ ଅପେକ୍ଷାରେ ମୋଗାଆଁ

ଫଗୁଣକୁ ଅପେକ୍ଷାରେ ମୋଗାଆଁ

1 min
318


ପଲ୍ଲୀ ମୋ ଜୀବନ ପଲ୍ଲୀ ମୋର ପ୍ରାଣ

ପଲ୍ଲୀ ହିଁ ମୋର ସବୁକିଛି

ଆସ ହେ ଫଗୁଣ ବୁଣି ଦେଇଯାଅ 

ଫଗୁଣର ରଙ୍ଗ କିଛି ।


ମୃୃୃଦୁ ମଳୟରେ ଝୁମିିବ ଏ ମନ

ଫଗୁଣ ଆସ ହେ ଥରେ,

କୋଇଲିର କୁହୁ ଶୁଣିବାରେ ମନ

ରହିଛ ତୁୁୁମ ଅପେକ୍ଷାରେ ।


ତୁୁମ ଆଗମନେ ବଉଳର ବାସ୍ନା

ଚାରିଆଡେ ଉଠେ ମହକି,

ଆମ୍ବ କଷି ସବୁ ଜଗିବା ପାଇଁଟି

ଜେଜେ ବସିଛନ୍ତି ବାଡି ଧରିିିକିି।


ଶ୍ରୀ ରାଧାଗୋବିନ୍ଦ ବିମାନ ଦୋଳରେ

ପଲ୍ଲୀ ଭ୍ରମଣରେ ଯିବେ,

ଭକ୍ତ ଭଗବାନ ମିଳନ ଯେ ହେବ

ତୁମ ଶୁଭ ଆଗମନେ ।


ରଙ୍ଗହୀନ ନର ଜୀବନରେ ତୁମେ

ଭରିଦିଅ ରଙ୍ଗର ଅସରା,

ଶିିଶୁ ଠାରୁ ବୃଦ୍ଧ ସମସ୍ତଙ୍କ ଓଠେ

ଭରିଦିଅ ଖୁସିର ପସରା।


ଋତୁରାଜ ତୁମେ ମୋହରି ପଲ୍ଲୀକୁୁ

ଆସିବ କୁୁୁହ ହେ କେବେ,

ତୁମ ଆଗମନେ ପଲ୍ଲୀବାସୀମାନେ

ଆନନ୍ଦର ମଜା ନେବେ ।


ଆକାଶ ଛାତିରେ ଅନ୍ଧକାର ମଧ୍ୟରେ

ଚନ୍ଦ୍ରର ସ୍ଥାନ ଯେପରି,

ବରଷକେ ଥରେ ଋତୁମାନଙ୍କ ମଧ୍ୟରେ 

ତୁମରି ସ୍ଥାନ ସେପରି ।


Rate this content
Log in

Similar oriya poem from Fantasy