ସବୁ ତୁମ ଦାନ
ସବୁ ତୁମ ଦାନ
ପାପକୁ ଖଞ୍ଜିଛ ପୁଣ୍ୟ ମହାପ୍ରଭୁ
ଦିନକୁ ଖଞ୍ଜିଛ ରାତି
ଭକ୍ତକୁ ଖଞିଛ ସ୍ଵୟଂ ତବ ରୂପ
ହୃଦୟେ ଖଞ୍ଜିଛ ଭକ୍ତି ।।
ଶାନ୍ତିକୁ ଖାଞ୍ଜିଛ ଅଶାନ୍ତି ହେ ପ୍ରଭୁ
ଦୁଃଖକୁ ଖଞ୍ଜିଛ ସୁଖ
ମିଥ୍ୟାକୁ ଖଞ୍ଜିଛ ସତ୍ୟର ଝଲକ
ମନକୁ ପରା ବିବେକ
ଦେଇଛ ଜନମ ଖଞ୍ଜିଛ ମରଣ
ସମୟେ କାଳର ଗତି ।।
କର୍ମମୟ ଏହି ଜୀବନେ ବିରହି
ଖୋଜିବୁଲେ ତାର ସାଥୀ
ଜୀବନେ ଖଞ୍ଜିଛ ପ୍ରେମ ମଧୁରତା
ପ୍ରେମକୁ ଫଗୁଣ ପ୍ରୀତି
ଫଗୁଣେ ଖଞ୍ଜିଛ ସୁଗନ୍ଧ ମଳୟ
ମଳୟେ ଭରିଛ ଶାନ୍ତି ।।