STORYMIRROR

Prabhati Mahapatra

Inspirational

3  

Prabhati Mahapatra

Inspirational

ଜନ୍ମାଷ୍ଟମୀ ଉପଲକ୍ଷେ

ଜନ୍ମାଷ୍ଟମୀ ଉପଲକ୍ଷେ

1 min
197

ଆନନ୍ଦ ହରଷେ ହୃଷ୍ଟ ନୃତ୍ୟ ରସେ

ଦେଖ କାହ୍ନୁ ବିଭାବରୀ

ରାତ୍ରୀଚର ଜୀବ ଉଜାଗର ଭକ୍ତ

ତୁମକୁ ହୃଦୟେ ସ୍ମରି ।


ଭାଦ୍ରବ ଆକାଶେ କୃଷ୍ଣ ପକ୍ଷ ଆସେ

ଅଷ୍ଟମୀ ତିଥିକୁ ନେଇ

ପୁଲ୍ଲକିତ ମନ ସକଳ ଜୀବନ

ତୁମ ଅବତୀର୍ଣ୍ଣ ପାଇଁ ।


ଚିକମିକ ତାରା ଗଗନ ଛାତିରୁ

ଦୀପାଳି ପ୍ରଦୀପ ଜାଳି

ଭାବବିହ୍ୱଳରେ ପରିମୋକ୍ଷ ପାଇଁ

ସତେ କି କରୁଛି ଅଳି ।


ତ୍ରିଯାମା ଭାବନୀ ଘନ ମେଘେ କେଳି

ତୁମରି ବିଭାସ ନେଇ 

ଚମଚଟା ଡାକେ ଡେଣା ଝାଡି ଦେଇ

ଦେବକୀ ଶିକୁଳି ଛୁଇଁ ।


ବନ୍ଦୀ ଗୃହ ଆଜି ଉଦ୍ଦୀପନା ବାଢେ

ପାଇ ତୁମ ସ୍ପର୍ଶ ଜ୍ୟୋତି 

ଅସ୍ରପ କଂସର ପ୍ରତିହିଂସା ଭୀତି

ଭକତ ପ୍ରାଣରୁ ଇତି ।


ଦ୍ଵାରପାଳ ନେତ୍ରେ ନିଦ୍ରାବତୀ କ୍ରୀଡା

ଅନାବୃତ କାରାଗାର

ଘନବଲ୍ଲିକାରେ ଯୁକ୍ତ ବଜ୍ର ନାଦ

ରାହା ଦିଶେ ପରିଷ୍କାର ।


ଉଜାଣି ଯମୁନା ବେନି ଭାଗ ହୋଇ

ନିମନ୍ତ୍ରଣ ଘାଟେ ରଖି 

ଅପଲକ ଚକ୍ଷୁ ମୁକତି ଲୋଡଇ

ଉଦ୍ଧାରିବ ସତେ ଦୁଃଖି ।


ସ୍ୱହସ୍ତେ ଦେବକୀ ମମତାକୁ ବୋଳି

ଆଶିଷ ମେଖଳା ଦେଇ

ବସୁଦେବ ଶିରେ ପ୍ରାଣ ସମର୍ପିଲେ

ଓଠେ ସ୍ନେହ ଚୁମ୍ବୀ ନେଇ ।


ସ୍ଵାଗତ ଗୀତିକା ଗାୟନ ନିମନ୍ତେ

ଉତ୍କଣ୍ଠିତ ଉଷା ରାଣୀ 

କଂସକୁ ସନ୍ଦେଶ ଅବଗତ ହେବ

ଲୁଚି ଯାଅ ବେଣୁପାଣି ।



Rate this content
Log in

Similar oriya poem from Inspirational